ପୁଟିନ୍ କହିଲେ ଆମ ଦାବି ପୂରଣ ହେଲେ ଯାଇ ଆମେ ଯୁଦ୍ଧ ବନ୍ଦ କରିବୁ

୧-ଏଗାର ଦିନରେ ଆମେ ରୁଷିଆର ୧୧ ହଜାର ସୈନ୍ୟଙ୍କୁ ମାରିଛୁ ବୋଲି ଦାବି କଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।
୨-ବ୍ଲକ୍ ସି’ରୁ ୟୁକ୍ରେନ୍କୁ ବିଚ୍ଛିନ୍ନ କରିବା ପାଇଁ ରୁଷିଆ ଦକ୍ଷିଣ ପଟୁ ଆକ୍ରମଣ ବଢ଼ାଇଥିବା ନେଇ ୟୁକ୍ରେନ୍ ସିକ୍ୟୁରିଟି ଅଫିସର କହିଲେ ।
୩-ରୁଷିଆରେ ଯୁଦ୍ଧ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ପ୍ରାୟ ୧ ହଜାର ଲୋକଙ୍କୁ ଅଟକ ରଖିଛି ରୁଷୀୟ ପୋଲିସ୍ ।
୪-ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୧ ଶହ ଭାରତୀୟ ଦେଶକୁ ଫେରିଛନ୍ତି । ଗତ ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇଥିବା ଅପରେସନ୍ ଗଙ୍ଗା ଜରିଆରେ ଏପର୍ଯ୍ୟନ୍ତ ମୋଟ୍ ୧୫ ହଜାର ୯୦୦ ଭାରତୀୟ ୟୁକ୍ରେନ୍ରୁ ଫେରିଛନ୍ତି । ଏ ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।
୫-ପୁଟିନ୍ କହିଲେ ଆମ ଦାବି ପୂରଣ ହେଲେ ଯାଇ ଆମେ ଯୁଦ୍ଧ ବନ୍ଦ କରିବୁ ।
୬-ରୁଷିଆର ରକେଟ୍ ମାଡ଼ରେ ଭିନିତସିଆ ବିମାନ ବନ୍ଦର ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିବା ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସୂଚନା ।
୭-ୟୁକ୍ରେନ୍ରେ ଏବେବି ଫସି ରହିଥିବା ଭାରତୀୟମାନେ ତୁରନ୍ତ ଏକ ଅନ୍ଲାଇନ୍ ଫର୍ମ ପୂରଣ କରିବା ପାଇଁ ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ କହିଛି ।
Important Announcement: Embassy of India begins its last leg of Operation Ganga flights today. All those students staying in their OWN accommodation ( other than arranged by Embassy) are requested to reach @Hungariacitycentre , Rakoczi Ut 90, Budapest between 10 am-12 pm
— Indian Embassy in Hungary (@IndiaInHungary) March 6, 2022
୮-ତୁରନ୍ତ ଯୁଦ୍ଧ ବନ୍ଦ କରି ଶାନ୍ତି ଆଲୋଚନାକୁ ଆସିବା ପାଇଁ ତୁର୍କୀର ରାଷ୍ଟ୍ରପତି ଟି. ଏରଡୋଗାନ୍ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍କୁ ଅନୁରୋଧ କଲେ ।
୯-ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ସୂଚନା ଅନୁସାରେ ରୁଷୀୟ ସୈନ୍ୟମାନେ ୟୁକ୍ରେନ୍ରେ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ମଧ୍ୟ ଆକ୍ରମଣ କରିଛନ୍ତି ।
୧୦ –ରୁଷିଆରେ ସାମ୍ବାଦିକଙ୍କୁ ଧମକ, ମିଛ ଖବର ପ୍ରକାଶ କଲେ ୧୫ ବର୍ଷ ଜେଲ୍ରେ ସଢ଼ିବ ।