Below header

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଗିରଫ, ୧୨ଟି ସ୍ଥାନରେ ଚଢ଼ାଉ ପରେ EDର ବଡ଼ କାର୍ଯ୍ୟାନୁଷ୍ଠାନ

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଗିରଫ। ମନ୍ତ୍ରୀଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ଚଢ଼ାଉ ଏବଂ ଗହନ ପଚରାଉଚରା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଗିରଫ। ମନ୍ତ୍ରୀଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ଚଢ଼ାଉ ଏବଂ ଗହନ ପଚରାଉଚରା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ରୀୟ ଏଜେନ୍ସିର ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତଥା ରାସନ ବଣ୍ଟନ ଦୁର୍ନୀତିରେ ତାଙ୍କର ଭୂମିକା ପାଇଁ ଇଡି ତାଙ୍କୁ ଗିରଫ କରିଛି।

ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ରାସନ ବଣ୍ଟନ ଦୁର୍ନୀତି ମାମଲାର ତଦନ୍ତ କରୁଛି ଇଡି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ଚଢ଼ାଉ କରିବା ପରେ ଇଡି ଗହନ ପଚରାଉଚରା କରିଥିଲା। ଏହି ସମୟ ମଧ୍ୟରେ ରାସନ ବଣ୍ଟନ ଦୁର୍ନୀତିରେ ଯେତେବେଳେ ମଲିକଙ୍କ ସମ୍ପୃକ୍ତି ଜଣାପଡିଥିଲା, ସେତେବେଳେ ଇଡି ତାଙ୍କୁ ଗିରଫ କରିଥିଲା।

ଦୀର୍ଘ ଦିନ ଧରି ଇଡି ଏହି ଦୁର୍ନୀତି ମାମଲାର ତଦନ୍ତ କରିଆସୁଛି। ରାସନ ଦୁର୍ନୀତି ଯେବେ ହୋଇଥିଲା, ସେହି ସମୟରେ ଜ୍ୟୋତିପ୍ରିୟ ମଲିକ ରାଜ୍ୟର ଖାଦ୍ୟ ମନ୍ତ୍ରୀ ଥିଲେ। ଇଡି ସୂତ୍ରରୁ ଜଣାପଡ଼ିଛି, ରାସନ ଦୁର୍ନୀତି ମାମଲାରେ ବକିବୁର ରେହମାନଙ୍କୁ ଗିରଫ କରାଯିବା ପରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ନାମ ସାମ୍ନାକୁ ଆସିଥିଲା। ଇଡି ଗୁରୁବାର ସକାଳ ସାଢ଼େ ୬ଟା ସମୟରେ ସଲ୍ଟ ଲେକ୍‌ର ବିସି ବ୍ଲକରେ ଥିବା ମନ୍ତ୍ରୀଙ୍କ ଦୁଇଟି ଘରେ (BC 244 ଏବଂ BC 245) ପହଞ୍ଚିଥିଲା।

କହି ରଖୁଛୁ, ରାସନ ଦୁର୍ନୀତି ମାମଲାରେ ଇଡି ଗତ ବୁଧବାର କୋଲକାତାସ୍ଥିତ ବକିବୁରଙ୍କ କାଇଖାଲି ଫ୍ଲାଟରେ ଚଢ଼ାଉ କରିଥିଲା। ଏଠାରେ ଇଡି ୫୩ ଘଣ୍ଟା ଧରି ଖୋଜାଖୋଜି କରିଥିଲା। ବକିବୁରଙ୍କୁ ୧୧ ଘଣ୍ଟା ଧରି ପଚରାଉଚରା ପରେ ଶନିବାର ସକାଳେ ଇଡି ତାଙ୍କୁ ଗିରଫ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବାକିବୁରଙ୍କ ବିଭିନ୍ନ କମ୍ପାନୀରେ ୫୦ କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.