ସର୍ତ୍ତ ରକ୍ଷା ପାଇଁ ଝିଟିପିଟି ଖାଇଦେଲେ ଜଣେ ଲୋକ, ତା ପରେ ଯାହା ହେଲା ….

ବନ୍ଧୁମାନଙ୍କ ମେଳରେ ମସ୍ତି କରିବା ସମୟରେ କିଛି ଛୋଟ କଥାକୁ ନେଇ ବେଳେ ବେଳେ ନିଜ ନିଜ ଭିତରେ ସର୍ତ୍ତ ଲଗାଇବା ଏକ ସାଧାରଣ କଥା । କିନ୍ତୁ ବହୁତ ଥର ସର୍ତ୍ତ ଜିତିବା ପାଇଁ ଆମେ ନିଜ ଜୀବନକୁ ବାଜି ଲଗାଇ ଦେଇଥାଉ । ଏଭଳି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆର ବ୍ରିସବେନରେ । ଏଠାରେ ରହୁଥିବା ଡେଭିଡ୍‌ ଡୁବେଲ ନାମକ ଜଣେ ବ୍ୟକ୍ତିଙ୍କ ଏକ ପାର୍ଟିରେ ସର୍ତ୍ତ ରକ୍ଷା କରିବାକୁ ଯାଇ ଏକ ଝିଟିପିଟିକୁ ଖାଇ ଦେଇଥିଲେ । ଫଳରେ ପେଟରେ ସଂକ୍ରମଣ ହୋଇ ୧୦ ଦିନ ପରେ ତାଙ୍କର ମୃତ୍ୟୁ ଘଟିଲା । ଏହି ଘଟଣା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଡେଭିଡ୍‌ଙ୍କ ପତ୍ନୀ ଘଟଣାକୁ ନେଇ କହିଛନ୍ତି ଯେ କେବେବି ନବୁଝିଶୁଝି ସର୍ତ୍ତ ଲଗାଇବା ଉଚିତ ନୁହେଁ । କାରଣ ଏହା କେତେବେଳେ ବି ଆମକୁ ବିପଦମୁଖକୁ ଠେଲିଦେଇ ପାରେ ।
ଘରର କାନ୍ଥରେ ଝିଟିପିଟି ଚାଲୁଥିବାର ଦେଖିଲେ ବହୁତ ସମୟରେ ଆମେ ଏହାକୁ ଅଣଦେଖା କରିଥାଉ । କାରଣ ଆମକୁ ଲାଗିଥାଏ ଯେ ଏହି ଛୋଟ ଜୀବଟି ଆମର କିଛି କ୍ଷତି କରି ପାରିବ ନାହିଁ । ଅନେକ ଲୋକ ଏପରି ଭାବନ୍ତି କି ଝିଟିପିଟି ମଣିଷର କୌଣସି କ୍ଷତି କରିପାରେ ନାହିଁ । ଆମେ ଆପଣଙ୍କୁ ଜଣାଇବୁ ଯେ ଝିଟିପିଟି ଆପଣଙ୍କ ପାଇଁ କେତେ କ୍ଷତିକାରକ ।

LIZARD-2

ଝିଟିପିଟି କି କ୍ଷତି କରିପାରେ ?

ଝିଟିପିଟି ପ୍ରତ୍ୟକ୍ଷ ଭାବେ ମଣିଷର କୌଣସି କ୍ଷତି କରିନଥାଏ କିନ୍ତୁ ଝିଟିପିଟିର ମଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ । ବିଶେଷ କରି ଛୋଟପିଲାମାନଙ୍କ ପାଇଁ ଏହା ଖୁବ୍‌ ମାରାତ୍ମକ । ଯଦି ଆପଣଙ୍କ ଘରେ ଝିଟିପିଟି ଥାଏ ତାହେଲେ ଆପଣ ଏହାର ମଳ ନିଶ୍ଚୟ ଦେଖିଥିବେ । ଏହାର ରଙ୍ଗ କଳା ଏବଂ ଅଗ୍ର ଭାଗରେ ଛୋଟ ଧଳା ରଙ୍ଗର ଲେୟାର ରହିଥାଏ । ଯଦି ଆପଣଙ୍କ ଘରେ ଝିଟିପିଟିର ମାତ୍ରା ଅଧିକ ତାହେଲେ ଏମାନଙ୍କ ମଳ ଦ୍ୱାରା ହେଉଥିବା କ୍ଷତି ମଧ୍ୟ ସେତିକି ଅଧିକ । କାରଣ ବହୁତ ଥର ପାଦତଳେ, କାନ୍ଥରେ କିମ୍ବା ଘରର କୌଣସି କୋଣରେ ପଡିଥିବା ମଳ ଆପଣଙ୍କ ପିଲାମାନଙ୍କ ସଂସ୍ପର୍ଶରେ ଆସିପାରେ ।

ଝିଟିପିଟି ଦ୍ୱାରା ହୋଇପାରେ ଫୁଡ ପଏଜନିଙ୍ଗ

ଝିଟିପିଟିର ମଳ ଏବଂ ଏହାର ଲାଳରେ ସଲମୋନେଲା ନାମକ ଏକ ବ୍ୟାକ୍ଟେରିଆ ଥାଏ, ଯାହାକି ଫୁଡ୍‌ ପଏଜନିଙ୍ଗର କାରଣ ସାଜିଥାଏ । ଆପଣମାନେ ଶୁଣିଥିବେ କି ଖାଇବାରେ ଝିଟିପିଟି ପଡିଯିବାରୁ କିମ୍ବା ଝିଟିପିଟି ପଡ଼ିଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ଲୋକଙ୍କର ମୃତ୍ୟୁ ଅଥବା ଦେହ ଖରାପ ହୋଇଥାଏ । ଆସନ୍ତୁ ଜାଣିବା ଫୁଡ ପଏଜନିଙ୍ଗର ଲକ୍ଷଣ ଗୁଡିକ ।
ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇବା ଯୋଗୁଁ ଦେହ ବୁଲାଇବା, ବାନ୍ତି ହେବା, ପେଟ ଦରଜ କରିବା, ମୁଣ୍ଡ ବିନ୍ଧା ଆଦି ହୋଇଥାଏ । ଅଧିକ ମାତ୍ରାରେ ଫୁଡ ପଏଜନିଙ୍ଗରେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ଘଟିପାରେ
ଆହୁରି ମଧ୍ୟ ଝିଟିପିଟିର ବୋବାଇବା ଶବ୍ଦ ଆପଣଙ୍କର କିଛି କ୍ଷତି ନକରିପାରେ କିନ୍ତୁ କିଛି ଲୋକଙ୍କୁ ଏହା ଖୁବ୍‌ ବିରକ୍ତ ଲାଗେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.