ଏବେ ହ୍ଵାଟ୍ସଆପ୍‌ରେ ମିଳିବ କରୋନା ଟିକାର ସମସ୍ତ ସୂଚନା

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଟିକା ଲଗାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ତଥାପି ଅଧିକାଂଶ ଲୋକଙ୍କ ମନରୁ ଟିକାକୁ ନେଇ ଭୟ ଯାଇନି । ସେମାନେ ଟିକା ନେବାକୁ ଆଗଭର ମଧ୍ୟ ହେଉନାହାଁନ୍ତି । ସରକାର ଫୋନ୍‌ କଲ୍‌ ଓ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି ଯେପରି ଲୋକଙ୍କ ମନରୁ ଭୟ ଯିବ ଓ ଲୋକେ ବିନା ଭୟରେ ଟିକା ନେଇପାରିବେ । ଲୋକଙ୍କ ମନରୁ ଟିକା ଭୟ ଦୂର କରିବା ପାଇଁ ଏବେ ଆଗେଇ ଆସିଛି ହ୍ଵାଟ୍ସଆପ୍‌ । ଏଥିପାଇଁ ହ୍ଵାଟ୍ସଆପ୍‌ ଏକ ନୂଆ ଷ୍ଟିକର ପ୍ୟାକ୍‌ ଲଞ୍ଚ୍‌ କରିଛି ।

କମ୍ପାନି ୧୫୦ ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ଓ ରାଜ୍ୟ ଛଡ଼ା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ୍‌ ସହ ମିଶି କରୋନା ସମ୍ପର୍କରେ ସଚେତନ କରିବା ପାଇଁ ଏଭଳି ଉଦ୍ୟମ ଆରମ୍ଭ କରିଛି । ହ୍ଵାଟ୍ସଆପ୍‌ ଗତବର୍ଷ ବିଶ୍ୱ ହେଲ୍ପ ଲାଇନ୍‌ ଯୋଗେ ୩ ଶହ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ନିକଟକୁ ସଚେତନତା ବାର୍ତ୍ତା ପଠାଇ ସାରିଛି । ଏହା ସହ ସରକାର ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଟିକା ଓ କୋଭିଡ ସଂକ୍ରାନ୍ତୀୟ ସେବାରେ ସହଯୋଗ କରିବାକୁ ଚାହୁଁଛି ବୋଲି କମ୍ପାନି କହିଛି । କମ୍ପାନି ଆହୁରି କହିଛି ଯେ ହ୍ଵାଟ୍ସଆପ୍‌ ବିଜିନେସ୍‌ ଏପିଆଇ ମାଧ୍ୟମରେ ସୂଚନା ଦେବା ପାଇଁ ଅର୍ଥ ମଧ୍ୟ ଛାଡ଼ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.