Below header

ଗରମରେ ଆରାମ ଦେବ ବ୍ରେଡ କୁଲଫି, ମୁହଁରେ ପାଣି ଆଣିଦେବ ଏହାର ସ୍ୱାଦ

ଏବେ ଯେଉଁ ଗରମ ହେଉଛି ସେ ତାତିରୁ ରକ୍ଷା ପାଇବା ବଡ ମୁସକିଲ ହୋଇପଡୁଛି। ଗରମରେ ଥଣ୍ଡା ଥଣ୍ଡା ଜୁସ୍ ଏବଂ ଆଇସକ୍ରୀମ ଖାଇବାକୁ ଇଚ୍ଛା ହୋଇଥାଏ। ଯଦି ଆପଣଙ୍କର ବି ଆଇସକ୍ରୀମ ଖାଇବାକୁ ଇଚ୍ଛା ହେଉଛି, ତାହେଲେ ଆମେ ଆଜି ନେଇ ଆସିଛୁ ବ୍ରେଡ୍ ଆଇସକ୍ରୀମ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ହ୍ଵାଇଟ ବ୍ରେଡ୍ ସ୍ଲାଇସ୍‌
  • ଏକ କପ୍ କଣ୍ଡେନ୍ସଡ ମିଲ୍କ
  • ୧ କପ୍ କ୍ଷୀର
  • ଗୋଟେ କପ୍ ହ୍ଵିପଡ୍ କ୍ରୀମ
  • ୨ ଟେବୁଲ ଚାମଚ ଅଳେଇଚ ପାଉଡର
  • ୧୦-୧୨ ବାଦାମ୍ (କଟା ହୋଇଥିବା)
  • ୧/୪ କପ୍ ଚିନି

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡ ସ୍ଲାଇସର ଚାରି କଡ କାଟିଦିଅନ୍ତୁ। ଗ୍ରାଇଣ୍ଡରରେ ଚିନି, କଣ୍ଡେନ୍ସଡ ମିଲ୍କ, ହ୍ଵିପଡ କ୍ରୀମ, କ୍ଷୀର ଏବଂ ବ୍ରେଡ ଖଣ୍ଡକୁ ପକାଇ ପତଳା ଘୋଳ ବନାଇ ଦିଅନ୍ତୁ। ଏଥିରେ ଅଳେଇଚ ପାଉଡର ଏବଂ ଛୋଟ କଟା ହୋଇଥିବା ବାଦାମକୁ ପକାଇ ଦିଅନ୍ତୁ। ଏହି ଘୋଳକୁ କୁଲଫି ଜାରରେ ରଖି ଫ୍ରିଜରରେ ସେଟ୍ ହେବା ପାଇଁ ୮-୧୦ ଘଣ୍ଟା ପର‌୍ୟ୍ୟନ୍ତ ରଖନ୍ତୁ। ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଥଣ୍ଡା ଥଣ୍ଡା ବ୍ରେଡ କୁଲଫି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.