କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ପତ୍ନୀ କରୋନା ଆକ୍ରାନ୍ତ

ଫ୍ରାନ୍ସ : କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ପତ୍ନୀ ସୋଫିଆ ଗ୍ରିଗୋରୀ ଟ୍ରୁଡୋ(୪୪) କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ପ୍ରଧାନମନ୍ତ୍ରୀ ସୁସ୍ଥ ଅଛନ୍ତି ଓ ତାଙ୍କ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ସୋଫିଆ ଗ୍ରିଗୋରୀ ଟ୍ରୁଡୋଙ୍କୁ ଏବେ ଏକାନ୍ତରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।

କିଛି ଦିନ ତଳେ ସେ ବ୍ରିଟେନ୍‌ରୁ ଫେରିଥିଲେ । ତାଙ୍କ ଠାରେ କିଛି ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ କୁହାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଏକଥା ତାଙ୍କ ଟ୍ୟୁଟରରେ ପ୍ରକାଶ କରିଛନ୍ତି ।

କରୋନାରେ ଆକ୍ରାନ୍ତ ହେବା ପରେ ସୋଫିଆ ମଧ୍ୟ ଟ୍ୟୁଟର ଜରିଆରେ ତାଙ୍କର ବନ୍ଧୁ ଓ ଦେଶବାସୀଙ୍କୁ ଏକ ପତ୍ର ଲେଖିଛନ୍ତି ଯେ ଖୁବ୍‌ ଶୀଘ୍ର ସେ ଭଲ ହେବେ । ଏଭଳି ପରିସ୍ଥିତିରେ ସମସ୍ତେ ଧର୍ଯ୍ୟର ସହ କରୋନାକୁ ମୁକାବିଲା କରିବା ପାଇଁ ସେ ତାଙ୍କ ଟ୍ୟୁଟର ଜରିଆରେ ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.