Below header

ସୁରଟ୍‌ରେ ଅଙ୍ଗଦାନ କଲେ ଆଉ ଜଣେ ଓଡ଼ିଆ, ଶ୍ରମିକ ବିପିନ ପ୍ରଧାନଙ୍କ ପରିବାରକୁ ସମସ୍ତଙ୍କ ପ୍ରଶଂସା

ଭଞ୍ଜନଗର (କେ ନ୍ୟୁଜ୍‌) : ଗୁଜରାଟର ସୁରଟ୍‌ରେ ଅଙ୍ଗଦାନ କଲେ ଆଉ ଜଣେ ଓଡ଼ିଆ ।  ଅସୁସ୍ଥ ହୋଇ ସେ ଗତ ୯ ତାରିଖ ଦିନ ସେଠାରେ ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଦୁଇ ଦିନ ଧରି ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖାଯାଇ ନଥିଲା ଏବଂ ଡାକ୍ତର ତାଙ୍କୁ ବ୍ରେନ୍‌ଡେଡ୍‌ ବୋଲି ଘୋଷଣା କରିଥିଲେ ।

BIPIN-3

ଏହି ପରିପ୍ରେକ୍ଷୀରେ ସେଠାକାର କିଛି ସଂଗଠନ ଅଙ୍ଗଦାନ ନେଇ ବିପିନଙ୍କ ପାଖରେ ରହୁଥିବା ତାଙ୍କ ସାନ ପୁଅ କୁନା ଏବଂ ସମ୍ପର୍କୀୟମାନଙ୍କୁ ବୁଝାସୁଝା କରିଥିଲେ । ଏହାପରେ ସେମାନେ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ । ଫଳରେ ବ୍ରେନ୍‌ଡେଡ୍‌ ବିପିନଙ୍କର ଦୁଇଟି କିଡନୀ, ଦୁଇଟି ଆଖି, ହାର୍ଟ ଏବଂ ଲିଭରକୁ ଅପେରସନ୍‌ କରି ବାହାର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ହାର୍ଟକୁ ମୁମ୍ବାଇର ଏକ ହସପିଟାଲ କିଡନୀ ଓ ଲିଭରକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଅହମଦାବାଦକୁ ପଠା ଯାଇଥିଲା । ତେବେ ବିପିନଙ୍କ ପରିବାରର ଏଭଳି ତ୍ୟାଗକୁ ଗାଁରୁ ଆରମ୍ଭ କରି ସୁରଟ୍‌ ଯାଏ ସବୁଠି ପ୍ରଶଂସା କରାଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.