ସପ୍ତାହେ କି ମାସେ ନୁହଁ, କରୋନା ମୁକାବିଲା ପାଇଁ ଛଅ ମାସ ପ୍ରସ୍ତୁତ ରହିବାକୁ ପଡିବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): କରୋନାକୁ ଡର ନାହିଁ। ସପ୍ତାହେ କି ମାସେ ନୁହଁ, କରୋନା ମୁକାବିଲା ପାଇଁ ଛଅ ମାସ ପ୍ରସ୍ତୁତ ରହିବାକୁ ପଡିବ। ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା କହିଛନ୍ତି କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏହାର ମୁକାବିଲା କେବଳ ସରକାର କରି ପାରିବେ ନାହିଁ। ଜନସାଧାରଣଙ୍କ ସହଯୋଗ ଆବଶ୍ୟକ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। କୋରନାକୁ ନେଇ ଶାନ୍ତ ରହିବା ସହ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ନେୃତ୍ୱର ସହ ଦୃଢ଼ ପଦକ୍ଷେପ ନେବାକୁ ପଡିବ ବୋଲି କହିଛନ୍ତି।

subrat

ଏହାସହ ସାମାଜିକ ଦୂରତ୍ୱ ବଜାୟ ରଖିବା, ହାତ ମୁହଁ ପ୍ରତି ସଜାଗ ରହିବା, ଦେହ ଖରାପ ଥିଲେ ସଙ୍ଗରୋଧ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ଛାନିଆ ନ ହେବା, ଲୁଚାଛପା ନ କରିବା ଓ ଦେବସ୍ଥାନ ଏବଂ ଅନୁଷ୍ଠାନରୁ ଦୂରେଇ ରହିବା ପାଇଁ ଆହ୍ଵାନ ଦେଇଛନ୍ତି। ବର୍ତ୍ତମାନ ସରକାରୀଗାଡ଼ିକୁ ସଫା ସୁତୁରା କରାଯାଉଛି। ଘରୋଇ ବସକୁ ନେଇ ସରକାର ଚିନ୍ତା କରୁଛନ୍ତି। ଉଚ୍ଚସ୍ତରୀୟ ମେଡିକାଲ ଟିମ୍‌ ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ ନିୟମିତ ସମୀକ୍ଷା କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ କେନ୍ଦ୍ର ସରକାରଙ୍କ ଯୋଗାଯୋଗ ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.