ସ୍ୱାମୀଙ୍କ ପ୍ରତାରଣାକୁ ସହି ନପାରି ସ୍ତ୍ରୀ ନେଲେ ଏଭଳି ପଦକ୍ଷେପ

ସୋସିଆଲ ମିଡ଼ିଆରେ ଏବେ ଜଣେ ମହିଳାଙ୍କ କାହାଣୀ ଖୁବ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହା ପଛର କାରଣ ଜାଣିଲେ ଆପଣ ସେହି ମହିଳାଙ୍କ ଉପରେ ହସିବେ କି ରାଗିବେ ଜାଣିପାରିବେନି । ଏହି ମହିଳା ଜଣକ ନିଜ ଘର ବାହାରେ ଏକ ବୋର୍ଡ ଲଗାଇ ନିଜ ଲେଖିଦେଇଛନ୍ତିକି, ‘ମୁଁ ତମଠୁ ଛାଡପତ୍ର ନେବାକୁ ଚାହୁଁଛି’ । ମୁଁ ଘରର ତାଲାକୁ ବି ବଦଳାଇ ଦେଇଛି । ତମ ପ୍ରତାରଣା ବିଷୟରେ ମୁଁ ପିଲାମାନଙ୍କୁ ବି କହିଦେଇଛି ।” ଏମିତିକି ନିଜ ଘର ବାହାରେ ହିଁ ମହିଳା ନିଜ ସ୍ୱାମୀଙ୍କ ବିଛଣା ରଖିଦେଇଥିଲେ । ବିଭିନ୍ନ ସୋସିଆଲ ମିଡ଼ିଆ ୱେବସାଇଟରେ ମହିଳା ପୋଷ୍ଟ ଜାରି ହେବା ପରେ ବିଭିନ୍ନ ମହଲରୁ ଏହି ଘଟଣା ଉପରେ ଅନେକ କମେଣ୍ଟ ମାନ ମଧ୍ୟ ଆସିବାରେ ଲାଗିଛି ।

Image result for husband wife quarrel symbolic meaning

କେତେଜଣ ଏହାକୁ ସକାରାତ୍ମକ ଦିଗରେ ନେଉଥିବା ବେଳେ କେତେକ ଏହାକୁ ନକାରାତ୍ମକ ଦୃଷ୍ଟିରେ ଦେଖୁଛନ୍ତି । କେତେକ ଛାଡପତ୍ର ନେବା ପାଇଁ ମହିଳା ଜଣକ ଅତି କ୍ରୁର ବ୍ୟବହାର କରିଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି । ସୂଚନାରୁ ଜଣାଯାଇଛିକି, ନିଜ ସ୍ୱାମୀ ଧୋକାକୁ ସମ୍ଭଳିନପାରି ହିଁ ମହିଳା ଜଣକ ଏପରି ଏକ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ନିଜ ପିଲାମାନଙ୍କୁ ବି ଏବାବଦରେ ଅବଗତ କରିଥିବା କଥା ମହିଳା କହିଛନ୍ତି । ପିଲାମାନେ ବି ବାପାଙ୍କ ଏପରି ଗୁଣକୁ ପସନ୍ଦ ନକରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.