Below header

ନିଜ ଅଫିସରୁ ୩୦ ଲକ୍ଷ ଗାୟବ କଲେ ମହିଳା ଆକାଉଣ୍ଟାଣ୍ଟ୍, ଟଙ୍କା ଧରି ପ୍ରେମୀ ସହ ମାରିଲେ ଛୁ

ନିଜ ଅଫିସରୁ ଟଙ୍କା ନେଇ ପ୍ରେମୀ ସହ ଫେରାର୍ ହୋଇଗଲେ ଯୁବତୀ । ଘଟଣାଟି ଘଟିଛି ମୁମ୍ବାଇସ୍ଥିତ ଏକ ଡାଇମଣ୍ଡ ଫାର୍ମରେ । ଏଠାରେ ଆକାଉଣ୍ଟାଣ୍ଟ୍ ଭାବେ କାମ କରୁଥିବା ପୂଜା ଦରାଲ୍ ୩୦ ଲକ୍ଷ ଟଙ୍କା ନେଇ ନିଜ ପ୍ରେମୀ ସହ ଫେରାର୍ ହୋଇଯାଇଛନ୍ତି ।

ମାମଲାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଫାର୍ମର ଆଉ ଜଣେ କର୍ମଚାରୀଙ୍କୁ ନଗଦରେ କିଛି ଗଡବଡ଼ ଥିବା ସନ୍ଦେହ ହୋଇଥିଲା । ଏହା ପରେ ସେ ସିସିଟିଭି ଯାଂଚ କରିବା ପରେ ପୂଜା ଅଫିସ ଲକରରୁ ଟଙ୍କା ବାହାର କରୁଥିବା ଦେଖିବାକୁ ପାଇଥିଲେ । ଆଉ ତାଙ୍କୁ ସାହାଯ୍ୟ କରିଥିଲେ ସେହି ଅଫିସର ଅଭିଷେକ ଖେମକାର ନାମକ ଆଉ ଜଣେ ଯୁବକ । ଯାହାଙ୍କୁ ପରେ ଗିରଫ କରିଛି ପୋଲିସ୍ ।

ଅଭିଷେକଙ୍କୁ ପଚରା ଉଚରା କରିବା ପରେ ଜଣା ପଡିଥିଲା ପୂଜା ଚୋରି ଟଙ୍କାରେ ଦୁଇଟି କାର୍ କିଣିଛନ୍ତି । ଆଉ ବାକି ଟଙ୍କାରେ ପ୍ରେମିକଙ୍କ ସହ ନିଜ ଗାଁକୁ ଚାଲିଯାଇଛନ୍ତି । ଏହି ଟଙ୍କାରେ ନିଜର ଏକ ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ଅଭିଷେକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.