ତ୍ରିପୁରା: ପରକୀୟା ପ୍ରୀତି ସନ୍ଦେହରେ ଯୁବତୀ ଓ ପୁରୁଷଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଦେଲେ, ନିର୍ଧୁମ୍‌ ଛେଚିଲେ ଗ୍ରାମବାସୀ

ତ୍ରିପୁରାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ପୁରୁଷ ଓ ଜଣେ ଯୁବତୀଙ୍କୁ ଖୁବ୍‌ ମାଡ଼ ମରାଯାଇଛି। ଦୁହିଁଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିର୍ଧୁମ୍‌ ଛେଚିଛନ୍ତି ଗ୍ରାମବାସୀ।

ତ୍ରିପୁରାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ପୁରୁଷ ଓ ଜଣେ ଯୁବତୀଙ୍କୁ ଖୁବ୍‌ ମାଡ଼ ମରାଯାଇଛି। ଦୁହିଁଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିର୍ଧୁମ୍‌ ଛେଚିଛନ୍ତି ଗ୍ରାମବାସୀ। ଶନିବାର ଘଟିଥିବା ଏହି ଘଟଣାରେ ଗ୍ରାମବାସୀ ଉଭୟଙ୍କୁ ସର୍ବସମ୍ମୁଖରେ ଅପମାନିତ କରିବା ସହ ମାଡ଼ ମାରିଥିଲେ। ଖବରରୁ ଜଣାପଡ଼ିଛି ଯେ ପୁରୁଷ ଜଣକ ବିବାହିତ ଥିବାବେଳେ ତାଙ୍କର ଦୁଇ ପିଲା ଅଛନ୍ତି।

ସେପଟେ ଯୁବତୀ ୨୦ ବର୍ଷର ଥିବାବେଳେ ସେ ନିଜ ଦାଦାପୁଅ ଭାଇ ଓ ଭାଉଜଙ୍କ ସହିତ ରହୁଛନ୍ତି। ଏବେ ସୋସିଆଲ ମିଡିଆରେ ମାଡ଼ର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଜଣେ ବୃଦ୍ଧା ଯୁବତୀଙ୍କ କେଶ ଭିଡ଼ୁଛନ୍ତି ଏବଂ ଲଗାତାର ଭାବେ ତାଙ୍କୁ ମାଡ଼ ମାରୁଛନ୍ତି। ଦୁହିଁଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦିଆଯାଇଛି।

ଏହି ଘଟଣା ସମୟରେ ଆଖପାଖରେ ଲୋକେ ଛିଡ଼ା ହୋଇଥିଲେ ମଧ୍ୟ କେହି ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ। ଘଟଣା ଦକ୍ଷିଣ ତ୍ରିପୁରା ଜିଲ୍ଲାର ବେଲୋନିଆ ସହରର ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ମୁତାବକ, ପୀଡ଼ିତ ପୁରୁଷଙ୍କ ସହିତ ଯୁବତୀଙ୍କର ଅବୈଧ ସମ୍ବନ୍ଧ ଥିଲା। ସେମାନଙ୍କ ମଧ୍ୟରେ ପରକୀୟା ପ୍ରୀତି ଚାଲିଥିଲା। ସ୍ଥାନୀୟ ଲୋକେ ଶନିବାର ସକାଳେ ଉଭୟଙ୍କୁ ଧରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପକାଇଥିଲେ। ପରେ ପୋଲିସ ପହଞ୍ଚି ଦୁହିଁଙ୍କୁ ଛଡ଼ାଇଥିଲା।

କିନ୍ତୁ ଏ ନେଇ ଆହତ ବ୍ୟକ୍ତି କି ଯୁବତୀଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହ ଯୁବତୀଙ୍କ ଦାଦାପୁଅ ଭାଇଙ୍କୁ ପୋଲିସ ଅଟକ ରଖିଛି। ଏହି ମାମଲାରେ ଯୁବତୀଙ୍କ ଭାଉଜ ମଧ୍ୟ ଅଭିଯୁକ୍ତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.