କର୍ଣ୍ଣାଟକରେ DRDO ଡ୍ରୋନ କ୍ରାସ୍‌, ଶତ୍ରୁର ଆକାଶୀୟ ଗତିବିଧି ଉପରେ ନଜର ରଖିବାକୁ କରାଯାଇଥିଲା ପ୍ରସ୍ତୁତ

DRDO ର ଏକ ତାପସ ଡ୍ରୋନ କର୍ଣ୍ଣାଟକର ଚିତ୍ରଦୁର୍ଗ ନିକଟ ଏକ ଗାଁରେ କ୍ରାସ । ଟ୍ରାଏଲ ସମୟରେ ଡ୍ରୋସ କ୍ରାସ୍‌ ହୋଇଥିବା ସୂଚନା ମିଳିଛି ।

DRDO ର ଏକ ତାପସ ଡ୍ରୋନ କର୍ଣ୍ଣାଟକର ଚିତ୍ରଦୁର୍ଗ ନିକଟ ଏକ ଗାଁରେ କ୍ରାସ ହୋଇଛି । ଟ୍ରାଏଲ ସମୟରେ ଡ୍ରୋସ କ୍ରାସ୍‌ ହୋଇଥିବା ସୂଚନା ମିଳିଛି । ଡିଆରଡିଓ ଦ୍ୱାରା ଡେଭଲପ କରାଯାଉଥିବା ଏହି ତାପସ ଡ୍ରୋନ ଦୁର୍ଘଟଣା ନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି ।

ଡିଆରଡିଓ ରକ୍ଷା ମନ୍ତ୍ରଣାଳୟକୁ ଦୁର୍ଘଟଣା ବିଷୟରେ ସୂଚନା ଦେବା ସହିତ ଏହା ପଛର କାରଣ ବିଷୟରେ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି । ଡ୍ରୋନ ଗ୍ରାମାଞ୍ଚଳରେ ଦୁର୍ଘଟଣା ହେବା ବିଷୟରେ ସୂଚନା ମିଳିବା ପରେ ଗ୍ରାମବାସୀ ଦୁର୍ଘଟଣା ସ୍ଥଳକୁ ଦୌଡି ଯାଇଥିଲେ ।


ଆକାଶରେ ଗତିବିଧିକୁ ତଦାରଖ କରିବା ପାଇଁ ଏହାକୁ ନିର୍ମାଣ କରାଯାଇ ଟ୍ରାଏଲ କରାଯାଉଥିଲା । ଟେକ୍ନିକାଲ ଏୟାରବର୍ନ ବିୟଣ୍ଡ ହେରାଇଜନ-୨୦୧ ବା ତାପସ ବିଏଚ-୨୦୧ ଅଧିକ ସମୟ ପର୍ଯ୍ୟନ୍ତ ରହୁପାରୁଥିବା ଡ୍ରୋନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.