‘ଏଠି ପରିସ୍ରା କରିବି’ କହି ମଝି ଆକାଶରେ ପ୍ୟାଣ୍ଟ ଖୋଲି ବସି ପଡିଲେ ମହିଳା, ଭିଡିଓ ଭାଇରଲ

ମହିଳା ଯାତ୍ରୀ ମଝି ଆକାଶରେ ପରିସ୍ରା କରିବା ପାଇଁ କହିବା ସହିତ ପ୍ୟାଣ୍ଟ କାଢି ଦେଇଥିଲେ । ଏଭଳି ଘଟଣା ଓରଲାଣ୍ଡରୁ ଫିଲାଡେଲ୍ଫିୟା ଯାଉଥିବା ବିମାନରେ ଘଟିଛି । ମହିଳାଙ୍କ ଏଭଳି କାରନାମା ଦେଖି ଅନ୍ୟ ଯାତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଛନ୍ତି ।

ବିମାନରେ ଅଜବଗଜବ ଘଟଣା ସବୁବେଳେ ଦେଖିବାକୁ ମିଳିଥାଏ । ବେଳେ ବେଳେ ଚାପୁଡା ମାରିବା, ଅସଦାଚରଣ କରିବା, ଛେପ ପକାଇବା ଏବଂ ପରିସ୍ରା କରିବା କାଣ୍ଡ ଦେଖିବାକୁ ମିଳିଛି । ପୁଣି ଏକ ଏଭଳି ଭିଡିଓ ଭାଇରଲ ହେଉଛି । ଯେଉଁଠି ଜଣେ ମହିଳା ଯାତ୍ରୀ ମଝି ଆକାଶରେ ପରିସ୍ରା କରିବା ପାଇଁ କହିବା ସହିତ ପ୍ୟାଣ୍ଟ କାଢି ଦେଇଥିଲେ । ଏଭଳି ଘଟଣା ଓରଲାଣ୍ଡରୁ ଫିଲାଡେଲ୍ଫିୟା ଯାଉଥିବା ବିମାନରେ ଘଟିଛି । ମହିଳାଙ୍କ ଏଭଳି କାରନାମା ଦେଖି ଅନ୍ୟ ଯାତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଛନ୍ତି ।

ଖବର ମୁତାବକ, ଓରଲାଣ୍ଡରୁ ଫିଲାଡେଲ୍ଫିୟା ଯାଉଥିବା ବିମାନରେ ଘଟିଛି । ବିମାନ ପରିଚାରିକା ମହିଳାଙ୍କୁ ଯେତେବେଳେ ଓ୍ଵାଶରୁମ୍‌ ବ୍ୟବହାର କରିବାକୁ ମନା କରିଥିଲେ, ସେତେବେଳେ ମହିଳା ଯାତ୍ରୀ ଜଣକ ରାଗି ଯାଇଥିଲେ । ଆଉ ବିମାନ ମଝିରେ ପରିସ୍ରା କରିବା ପାଇଁ ଧମକ ଦେଇ ପ୍ୟାଣ୍ଟ କାଢିଦେଇଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ‘ ମୋତେ କ୍ଷମା କରନ୍ତୁ’ କହି ବିମାନ ମଝିରେ ପ୍ୟାଣ୍ଟ କାଢି ବସିଥିଲେ ।ଏହାକୁ ଯାତ୍ରୀମାନେ ବିରୋଧ କରିବାରୁ ମହିଳା ଚିତ୍କାର କରିଥିଲେ । ମୋତେ କୌଣସି ଆପତ୍ତି ନାହିଁ, ମୋତେ କେବଳ ପରିସ୍ରା କରିବାର ଅଛି ।

ଅନେକ ବିରୋଧ କରିବା ପରେ ମହିଳା ଜଣକ ପ୍ୟାଣ୍ଟ ପିନ୍ଧିଥିଲେ । କିନ୍ତୁ ବିମାନ ପରିଚାରିକାକୁ ଓ୍ଵାଶରୁମ ଯିବାକୁ ଦେବାକୁ ନେଇ ଯୁକ୍ତିତର୍କ କରିଥିଲେ । ଏହି ସମୟରେ ମହିଳା ଯାତ୍ରୀ ଜଣକ ଅନ୍ୟ ଯାତ୍ରୀଙ୍କ ସହିତ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣା ନେଇ ଜୁଲି ଭୋସେଲ ହାର୍ଟମ୍ୟାନ ଜଣେ ମହିଳା ଏହାକୁ ଫେସବୁକରେ ପୋଷ୍ଟ କରିଛନ୍ତି । ସେ ଘଟଣା ସମୟରେ ବିମାନରେ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.