ଚୋର ଧରିଲା ସିସିଟିଭି : ଛୁରୀ ଦେଖାଇ ମହିଳାଙ୍କ ଠାରୁ ଲୁଟିଥିଲେ ଚେନ୍

ନୂଆଦିଲ୍ଳୀ : ସିସିଟିଭି ଧରିଲା ଚୋର । ଦିଲ୍ଲୀର ଦୟାଲପୁର ଅଞ୍ଚଳରେ ଜଣେ ମହିଳାଙ୍କ ଠାରୁ ଚେନ୍ ଲୁଟ୍ କରି ଚମ୍ପଟ ମାରିଥିବା ଦୁଇ ଜଣ ଲୁଟେରାଙ୍କୁ ସିସିଟିଭି ସୂଚନାରୁ ପୋଲିସ୍ ଗିରଫ କରିବା ସହ ଲୁଟ୍ ଚେନ୍ ମଧ୍ୟ ଉଦ୍ଧାର କରିଛି । ଗତ ଅକଟୋବର ୨୬ ତାରିଖ ଦିନ ରାତି ପ୍ରାୟ ସାଢ଼େ ୯ଟା ବେଳେ ଦୟାଲପୁର ଅଞ୍ଚଳରେ ମହିଳା ଜଣକ ନିଜ ପୁଅକୁ ଧରି ଆସିଥିଲେ । ଏତିକି ବେଳେ ବିପରୀତ ଦିଗରୁ ବାଇକରେ ଦୁଇ ଲୁଟେରା ଆସି ଛୁରୀ ଦେଖାଇ ତାଙ୍କ ଠାରୁ ଚେନ୍ ଲୁଟି ନେଇଥିଲେ । ଘଟଣା ଘଟିଥିବା ଅଞ୍ଚଳରେ ଲାଗିଥିବା ସିସିଟିଭିରେ ଲୁଟ୍ ଦୃଶ୍ୟ କଏଦ ହୋଇଥିଲା । ଯାହାକୁ ଦେଖି ଦିଲ୍ଲୀ ପୋଲିସ୍ ଏହି ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ଆସନ୍ତୁ ଦେଖିବା ଏହାର ଭିଡିଓ ।
#WATCH Two bike-borne men rob a woman at knifepoint in Delhi’s Dayalpur (Source CCTV footage). Both the culprits were apprehended by the police and the robbed gold chain was recovered from their possession. (26/10/18) pic.twitter.com/4mr5VIdAAy
— ANI (@ANI) 3 November 2018