ଢେଙ୍କାନାଳରେ ୭ ହାତୀ ମୃତ୍ୟୁ ଘଟଣାରେ ତିନି ଜଣଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ

ଢେଙ୍କାନାଳ(କେନ୍ଯୁଜ୍) : ଢେଙ୍କାନାଳ କମଳାଙ୍ଗ ଗାଁରେ ୭ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ଯନୁଷ୍ଠାନ । ତିନି ଜଣଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ । ବନ ବିଭାଗର ୨ ଜଣ ଓ ସେସୁର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି । ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସନ୍ଦୀପ ମହାନ୍ତି, ମେରାମଣ୍ଡଳୀ ସେକ୍ସନ ଫରେଷ୍ଟର ପ୍ରଭାକର ରଣା ଓ ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀଙ୍କୁ ଗିରଫ କରାଯାଇଛି । କର୍ତ୍ତବ୍ୟରେ ଅବହେଳା କରିଥିବା ଯୋଗୁ ଏମାନଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ।

crimeeଗତ ୨୭ ତାରିଖରେ କମଳାଙ୍ଗରେ ବିଦ୍ୟୁତ୍‌ ତାର ଲାଗି ୭ ହାତୀଙ୍କ ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏକ ୫ ଜଣିଆ ଟିମ୍‌ ହାତୀ ମୃତ୍ୟୁ ଘଟଣାର ଖୋଳତାଡ କରୁଛି ।

Leave A Reply

Your email address will not be published.