ବାଲିପାଟଣାର ବିଭିନ୍ନ ସ୍ଥାନରେ ପୋଲିସ ରେଡ୍, ବିପୁଳ ପରିମାଣର ବାଣ ଜବତ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ପୋଲିସ ରେଡ୍। ବିଭିନ୍ନ ସ୍ଥାନରେ ରେଡ୍ କରି ପୋଲିସ ବିପୁଳ ପରିମାଣର ବାଣ ଜବତ କରିଛି। ଏସବୁ ବାଣ ବେଆଇନ ଭାବେ ତିଆରି କରାଯାଉଥିଲା। ବାଲିପାଟଣା ଥାନା ଆଇଆଇସି ଆକାସ ଚନ୍ଦ୍ର ରଣାଙ୍କ ନେତୃତ୍ୱରେ ଚାଲିଛି ରେଡ୍।
ଗତ ଦୁଇ ଦିନ ତଳେ ବନମାଳିପୁର ନୂଆସାହି ଗାଁରେ ବେଆଇନ ଭାବେ ବାଣ ଭିଡୁଥିବାବେଳେ ବଡ ଧରଣର ବିସ୍ଫୋରଣ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନାହିଁ। ଏହି ଘଟଣା ପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସୀ ଚାଲିଛି। ୨ରୁ ଅଧିକ ମାମଲା ରୁଜୁ କରିଛି ପୋଲିସ।