ଅଲିଭ୍‌ ରିଡ୍‌ଲେଙ୍କୁ ସୁରକ୍ଷା ଦେବା ପାଇଁ ଜାରି ହେଲା କଟକଣା, ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ସମୁଦ୍ରରେ ମାଛ ଧରିବା ମନା

ପୁରୀ(କେନ୍ଯୁଜ୍) : ଆରମ୍ଭ ହୋଇଛି ବିରଳ ଅଳିଭ୍‌ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା। ଏଥିପାଇଁ ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ନଭେମ୍ବର ୧ରୁ ଆରମ୍ଭ ହୋଇଥିବା ଏହି କଟକଣା ଆସନ୍ତା ମାର୍ଚ୍ଚ ୩୧ତାରିଖ ପର୍ଯ୍ଯନ୍ତ ବଳବତ୍ତର ରହିବ।

fishଅଲିଭ୍‌ ରିଡ୍‌ଲେଙ୍କୁ ସୁରକ୍ଷା ଦେବାପାଇଁ ଏହି କଟକଣା ଜାରି କରାଯାଇଛି। ପ୍ରତିବର୍ଷ ଅଣ୍ଡାଦାନ ପାଇଁ ଋଷିକୂଲ୍ୟା, ଗହୀରମଥା ଓ ଦେବୀନଦୀ ମୁହାଣକୁ କଇଁଛ ଆସିଥାନ୍ତି। ତେଣୁ ତାଙ୍କ ସୁରକ୍ଷା ପାଇଁ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କଟକଣାକୁ ଉଲଘଂନ କଲେ ଡଙ୍ଗା ଓ ଟ୍ରଲର ଜବତ ସହ ଜରିମାନା ବ୍ୟବସ୍ଥା କରାଯାଇଛି।