ପୁଅ କଡ଼ରେ ଭୂତ ଶୋଇଥିବା ସିସିଟିଭିରେ ଦେଖିଲେ ମହିଳା, ସତ ଜାଣିବା ପରେ ଉଡ଼ିଗଲା ହୋସ୍

ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଭୂତକୁ ଡରନ୍ତି। ଏଣୁ ରାତିରେ କୌଣସି ଭୟଙ୍କର ଜାଗାକୁ ଯିବାକୁ କେହି ସାହାସ କରିପାରନ୍ତି ନାହିଁ। ତେବେ ଥରେ ଚିନ୍ତା କଲେ ଆପଣ ରହୁଥିବା ଘରେ ଯଦି ଭୂତ ଥିବ, ଆଉ ଆପଣ ତାହା ଜାଣି ମଧ୍ୟ ଘରେ ରହୁଥିବେ। ଏଭଳି କଥା ଭାବିବାକୁ ଭୟ ଲାଗୁଥିବା ବେଳେ ଜଣେ ମହିଳା ଏଭଳି ପରିସ୍ଥିତି ଦେଇ ଗତି କରିଛନ୍ତି। ମାରିଟଜା ଏଲିଜାବେଥ୍ ନାମ୍ନୀ ଜଣେ ମହିଳା ଏ ନେଇ ନିଜ ଫେସ୍ବୁକ୍ରେ ସୂଚନା ଦେଇଛନ୍ତି। ତେବେ ସତ କଥା ଜଣାପଡ଼ିବା ପରେ ୟୁଜରମାନେ ହସି ହସି ବେଦମ୍ ହୋଇଛନ୍ତି।
ମହିଳା ଜଣକ ଫେସ୍ବୁକ୍ରେ ନିଜ ଛୁଆ ବେଡ୍ରେ ଶୋଇଥିବା ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ମୋ ପୁଅ କାଲି ରାତିରେ ତା ବେଡ୍ରେ ଏକ ଭୂତ ସହ ଶୋଇଥିଲା। ସିସିଟିଭିରେ ଏହା ଦେଖି ମୁଁ ଭୟଭୀତ ହୋଇଯାଇଥିଲି। କିନ୍ତୁ ରାତିରେ କିଛି କରିପାରିନଥିଲି। ତେବେ ସକାଳୁ ଉଠି ଏ ବିଷୟରେ ଜାଣିବାକୁ ଚେଷ୍ଟା କରିବାକୁ ଯାହା ଦେଖିଲି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ ଥିଲା। ମୋ ସ୍ୱାମୀ କାଲି ରାତିରେ ପୁଅର ବିଛଣା ସଜାଡ଼ିବା ବେଳେ ଗଦି ଉପରୁ ଷ୍ଟିକର ଖୋଲିବାକୁ ଭୁଲିଯାଇଥିଲେ। ଯାହା ବେଡ୍ସିଟ୍ ତଳେ ଭୂତ ଛୁଆ ଭଳି ନଜର ଆସିଥିଲା। ଆଉ ମୁଁ ସାରା ରାତି ଡରି ଡରି କଟାଇଥିଲି। କିନ୍ତୁ ସକାଳୁ ଜାଣିବାକୁ ପାଇଥିଲି ଯେ ମୋ ପୁଅ ପାଖେ ଭୂତ ନୁହେଁ ବରଂ ଗଦିର ଷ୍ଟିକର ଥିଲା।
ଏହାସହ ପଢ଼ନ୍ତୁ: ସୁପର ମାର୍କେଟରେ ଚୋରି କରିବାକୁ ପହଞ୍ଚିଲା କୁକୁର, ଜିନିଷ ଉଠାଇବା ପରେ ଦେଖନ୍ତୁ କ’ଣ ହେଲା…
ତେବେ ମହିଳାଙ୍କର ଏହି ପୋଷ୍ଟରେ ୟୁଜରମାନେ ଖୁବ୍ ମଜାଳିଆ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି।