ମଜାରେ-ମଜାରେ ମହିଳା ଜିତିଲେ ଆଶ୍ଚର୍ଯ୍ୟଜନକ ଲଟେରୀ, ୩୦ ବର୍ଷ ଯାଏ ପ୍ରତି ବର୍ଷ ମିଳିବ ୧୦ ଲକ୍ଷ ଟଙ୍କା

କଥାରେ ଅଛି ଭଗବାନ ଯେବେ ଦିଅନ୍ତି ଛପର ଫାଡି କରି ଦେଇଥାନ୍ତି । ସମସ୍ତଙ୍କ ଭାଗ୍ୟ ସମାନ ନଥାଏ । କେହି କେହି ଲୋକଙ୍କ ଭାଗ୍ୟ ଭଗବାନ ଯେମିତି ସୁନା କଲମରେ ଲେଖିଥାନ୍ତି । ରାତା ରାତି କୋଟିପତି ବନିଯାଇଥିବା ଏମିତି ଜଣେ ମହିଳା ହେଲେ ଲୋରା ହାଏଲି । ଏହି ମହିଳାଙ୍କ ଭାଗ୍ୟ ମଜା କରୁ କରୁ ଏମିତି ଲେଉଟିଥିଲା ଯେ ସେ ଏହାକୁ ବିଶ୍ୱାସ କରିପାରି ନଥିଲେ । ଖୁସି ବାସିରେ ଏକ ଲଟେରୀ ଟିକେଟ କାଟିଥିବା ଏହି ମହିଳା ଜଣକ ୩ କୋଟି ଟଙ୍କା ଜିତି ଯାଇଥିଲେ ।

ଲଟେରୀରୁ ୩୦ ବର୍ଷ ଯାଏ ମିଳିବ ୧୦ ଲକ୍ଷ ଟଙ୍କା

ଏକ ନ୍ୟୁଜ ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ମହିଳା ମଜା କରୁ କରୁ ଏକ ନେସନାଲ ଲଟେରୀ କିଣିଥିଲେ । ତେବେ ସେ କେବେ ଭାବିନଥିଲେ ଯେ ତାଙ୍କୁ ଏହି ଲଟେରୀରେ ଏତେ ଟଙ୍କା ମିଳିବ ବୋଲି । ହଠାତ ଦିନେ ରାତିରୁ ଉଠିବା ପରେ ତାଙ୍କୁ ଏହି ଲଟେରୀ ମିଳିଥିବା ସେ ଜାଣିବାକୁ ପାଇଲେ । ହେଲେ ଏତେ ବଡ଼ ଖୁସିକୁ ସେ ବିଶ୍ୱାସ କରିପାରିନଥିଲେ । ତାଙ୍କ ସ୍ୱାମୀ ଯେତେବେଳେ ତାଙ୍କୁ ଏହି ଖବର ଦେଲେ । ସେ ଏହାକୁ ମିଛ ବୋଲି ଭାବିଥିଲେ । ବୋଧହୁଏ କିଛି ଭୁଲ ବଶତଃ ସେ ଏହା କହିଥିବା ଲୋରା ଭାବିଥିଲେ ।

ପରେ ସେ ଯେତେବେଳେ ଲଟେରୀ ଅଫିସକୁ ଫୋନ କଲେ ଏହା ସତ୍ୟ ବୋଲି ଜାଣିବାକୁ ପାଇଲେ । ଖୁସିରେ ସେ ଥରିବାକୁ ଲାଗିଲେ । ଲଟେରୀର ମୂଲ୍ୟ ଥିଲା ୩୦ ବର୍ଷ ଯାଏ ପ୍ରତି ବର୍ଷ ୧୦ ହଜାର ପାଉଣ୍ଡ ବା ୩୦ ବର୍ଷ ଯାଏ ପ୍ରତିବର୍ଷ ୧୦ ଲକ୍ଷ ଟଙ୍କା । ଅର୍ଥାତ ଏହି ଲଟେରୀ ଦ୍ୱାରା ତାଙ୍କୁ ମୋଟ ୩ କୋଟି ଟଙ୍କା ମିଳିବ । ଲଟେରୀ ଜିତିବା ପରେ ଲୋରା ଏବେ ତାଙ୍କର ଚାକିରି ଛାଡ଼ି ଦେଇଛନ୍ତି ଓ ନିଜ ପତିଙ୍କ ସହ ଘୋଷ୍ଟ ହଣ୍ଟିଙ୍ଗ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.