ବଡ କମାଲର କାମ କରେ କମ୍ପ୍ୟୁଟରର ଏହି Shortcut Keys, ଆପଣଙ୍କ କାମକୁ ବନାଇଦେବ ପୂରା ସହଜ

ଆଜିର ଏହି ଆଧୁନିକ ଯୁଗରେ ଲାପଟପ ଏବଂ କମ୍ପ୍ୟୁଟର ଆମ ଜୀବନର ବହୁତ ଜରୁରୀ ହୋଇଗଲାଣି। ଏଜୁକେସନ, ଜବ୍‌, ବିଜନେସ ଠାରୁ ନେଇ ଅନେକ କାମ ଲାପଟପରେ ହିଁ ହୋଇଯାଉଛି। ଏହା ଆମର ଅନେକ କାମକୁ ସହଜ ବନାଇଦିଏ। କରୋନା ମହାମାରୀ ପର ଠାରୁ ନେଇ ଅନେକ ଲୋକ ନିଜର ପିସିରେ ଅଫିସ କାମ କରୁଛନ୍ତି। ସେହିପରି ଆଜିର ବ୍ୟସ୍ତ ବହୁତ ଜୀବନରେ ଆପଣଙ୍କୁ ଫାଷ୍ଟ ହେବା ବହୁତ ଜରୁରୀ। ତେବେ ଏହିପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ଲାପଟପର ସେହି ସର୍ଟକଟ କି ବିଷୟରେ କହିବାକୁ ଯାଉଛୁ, ଯାହାର ବ୍ୟବହାର କରି ଆପଣ ନିଜର କାମକୁ ପୂର୍ବ ଅପେକ୍ଷା ଅଧିକ ଫାଷ୍ଟ କରିପାରିବେ। ଯଦି ଆପଣ ପିସି ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ଏହି Shortcut Keys ବିଷୟରେ ନିଶ୍ଚୟ ଜାଣିବା ଉଚିତ। ଏହି Shortcut Keysକୁ ବ୍ୟବହାର କରିବା ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

Window + alt + R

ଏହି ସର୍ଟକଟ Key ବିଷୟରେ ଆପଣ ପୂର୍ବରୁ ଜାଣିଥିବେ। ଏହି ସର୍ଟକଟ Key କୁ ଏକା ସାଥିରେ ପ୍ରେସ କରିବା ପରେ ଆପଣଙ୍କ ଲାପଟପ ସ୍କ୍ରୀନ ରେକର୍ଡିଙ୍ଗ କରିବା ଆରମ୍ଭ କରିବା। ସ୍କ୍ରୀନ ରେକଡିଙ୍ଗ ପାଇଁ ଆପଣଙ୍କୁ Window + alt + R ବଟନକୁ ଏକାସାଥିରେ ଦବାଇବାକୁ ହେବ। ଯଦି ଆପଣ ନିଜ ଲାପଟପ ସ୍କ୍ରୀନକୁ ରେକର୍ଡ କରିବାକୁ ଚାହୁଁଛନ୍ତି ତାହେଲେ ଏହି ସହଜ ତରିକାରେ ନିଜର ସ୍କ୍ରୀନକୁ ରେକର୍ଡ କରିପାରିବେ।

laptopWindow + L

ଯଦି ଆପଣ ଅଫିସରେ କାମ କରୁଛନ୍ତି ଏବଂ ସେହି ସମୟରେ କମ୍ପ୍ୟୁଟରକୁ ବିନା ବନ୍ଦ କରି ଲଞ୍ଚ୍‌ କିମ୍ବା କୌଣସି ଅନ୍ୟ କାମକୁ ଯିବାକୁ ଚାହୁଁଛନ୍ତି ତାହେଲେ ଏପରି ସ୍ଥିତିରେ ଆପଣ Window + L ସର୍ଟକଟ Key ବ୍ୟବହାର କରିପାରିବେ। ଏହି ସର୍ଟକଟ୍‌ କିର ବ୍ୟବହାର ପରେ ଆପଣଙ୍କ ପିସିି ଲକ୍‌ ହୋଇଯିବ।

Alt + Print

ଯଦି ଆପଣ ନିଜର ପିସିରେ କୌଣସି ଆକ୍ଟିଭ ଓ୍ଵିଣେ୍‌ଡାର ସ୍କ୍ରୀ ସଟ୍‌ ନେବାକୁ ଚାହୁଁଛନ୍ତି, ତାହେଲେ ଆପଣ Alt + Print ସର୍ଟକଟ Keyକୁ ଏକାସାଥିରେ ଦବାଇ ସ୍କ୍ରୀନସଟ୍‌ ନେଇପାରିବେ।

Window + M

ଆପଣଙ୍କ ଲାପଟପରେ ଯଦି ଅନେକ ଓ୍ଵିଣ୍ଡୋ ଓପନ ହୋଇକି ରହିଛି, ଏବଂ ଆପଣ ସବୁକୁ ଏକାସାଥିରେ ମିନିମାଇଜ୍‌ କରିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆପଣ Window + M ସଟକର୍ଟ Key ର ବ୍ୟବହାର କରିପାରିବେ। ଏହି ସର୍ଟକଟ କିର ବ୍ୟବହାର କରିବା ପରେ ଆପଣଙ୍କ ପିସିରେ ଯେତେବି ଓ୍ଵିଣ୍ଡୋ ଓପନ ରହିଛି, ସେସବୁକିଛି ଏକାସାଥିରେ ମିନିମାଇଜ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.