Below header

ତିନିଟି ଝିଅ ହେବାପରେ ଦମ୍ପତି ଚାହୁଁଥିଲେ ଗୋଟିଏ ପୁତ୍ର ସନ୍ତାନ, ହେଲେ ଏକାଥରକେ ଜନ୍ମ ହେଲେ ୩ଟି ପୁଅ

ଜାମସେଦପୁର : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡକେ ଦିଅନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଜାମସେଦପୁରରେ । ଛୁଆ ଆଶାରେ ମଣିଷ ଭଗବାନଙ୍କୁ କେତେ ଯେ ଗୁହାରୀ କରିଥାଏ ତାହା ମା ବାପାଙ୍କ ଠାରୁ ଆଉ ବେଶି କିଏ ଜାଣିବ । ଏମିତି ଏକ ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଭଗବାନଙ୍କ ଆଶୀର୍ବାଦ ଅଜାଡି ହୋଇପଡିଛି । ଆଜ୍ଞା ହଁ ଏହି ଦମ୍ପତିଙ୍କର ତିନିଟି ଝିଅ ଥିବା ସତ୍ତ୍ୱେ ଏମାନେ ଗୋଟେ ପୁଅ ପାଇଁ ଲୋଭ କରିଥିଲେ। ପୁଅ ବଡ଼ ହୋଇ ମାଆ ବାପାଙ୍କ ସାହାରା ବନିବ। ଏଭଳି ଆଶା କେବଳ ଏହି ଦମ୍ପତିଙ୍କର ନୁହେଁ, ସର୍ଭେ କହୁଛି ପ୍ରାୟ ୯୦ ପ୍ରତିଶତ ଭାରତୀୟଙ୍କ ଏହା ପ୍ରାର୍ଥନା । ତେବେ ଏହି ଦମ୍ପତି ପୁଅ ଆଶାରେ ଚତୁର୍ଥ ପିଲାର ପ୍ଲାନିଂ କରିଥିଲେ ହେଲେ ଭଗବାନ ଏମାନଙ୍କୁ ଏଥର ଗୋଟିଏ ନୁହେଁ ଦେଲେ ତିନି ତିନିଟି ପୁତ୍ର ସନ୍ତାନ। ଜାମସେଦପୁରର ଏହି ଦମ୍ପତି ତିନି ପୁଅଙ୍କ ନାଁ ବ୍ରହ୍ମା, ବିଷ୍ଣୁ ମହେଶ୍ୱର ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.