ଛାତ ଉପରେ ମା’କୁ ପ୍ରେମିକ ସହିତ ଦେଖିଦେଲା ପୁଅ, ୪ ବର୍ଷର ପୁଅକୁ ଛାତରୁ ଠେଲି ମାରିଦେଲା ମା’

ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ୪ ବର୍ଷର ପୁଅକୁ ଛାତରୁ ଠେଲି ମାରିଦେଲା ପୁଅ । ମହିଳା ଜଣକ ପ୍ରେମିକ ବାହୁ ବନ୍ଧନରେ ଥିବା ବେଳେ ପୁଅ ଦେଖିଦେଇଥିଲା । ତେଣୁ ଛାତ ଉପରୁ ଠେଲି ମାରିଦେଲା ।

ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ମା’ ସାଜିଲା ରାକ୍ଷସୀ । ପର ପୁରୁଷ ସହିତ ଛାତ ଉପରେ ଅସଂଯତ ଅବସ୍ଥାରେ ଥିବା ମହିଳାଙ୍କୁ ଛୋଟ ପୁଅ ଦେଖିଦେବାରୁ ପୁଅକୁ ଛାତରୁ ଠେଲି ମାରିଦେଲା ମା’ । ଏଭଳି ଘଟଣା ମଧ୍ୟପ୍ରଦେଶ ଗ୍ୱାଲିଅର ଥାଟିପୁର ଥାନା ଅନ୍ତର୍ଗତ ତାରାମାଇ କଲୋନୀରେ ଘଟିଛି ।

ଖବର ମୁତାବକ, ଗ୍ଵାଲିଅର ଜିଲ୍ଲାରେ ପୋଲିସ କନଷ୍ଟେବଳ ଧ୍ୟାନ ସିଂହ ରାଠୋର ରହୁଥିଲେ । ୨୦୧୭ରେ ତାଙ୍କ ବିବାହ ଜ୍ୟୋତି ରାଠୋରଙ୍କ ସହ ହୋଇଥିଲା । ପତ୍ନୀ, ଦୁଇ ପୁଅ ଜତିନ୍(୪ ବର୍ଷ) ଓ ମୋନୁ’(ଦେଢ ବର୍ଷ)କୁ ନେଇ ରହୁଥିଲେ। ତେବେ ଘରେ ବସି ବୋର୍‌ ହେଉଥିବା ଜ୍ୟୋତି ଘରର ତଳେ ଏକ ଦୋକାନ ଖୋଲିବା ପାଇଁ ସ୍ୱାମୀଙ୍କୁ କହିଥିଲେ । ତେଣୁ ସ୍ୱାମୀ ତଳେ ମହଲାରେ ଏକ ପ୍ଲାଷ୍ଟିକ ସାମଗ୍ରୀ ଦୋକାନ ପତ୍ନୀ ଜ୍ୟୋତିଙ୍କ ପାଇଁ ଖୋଲିଦେଇଥିଲେ ।

ସେମାନଙ୍କ ପଡୋଶୀରେ ଉଦୟ ଇନ୍ଦୋଲିଆ ନାମକ ଯୁବକ ରହୁଥିଲା, ଯାହା ସହ ପ୍ରେମ ସମ୍ପର୍କରେ ଆସିଥିଲେ ଜ୍ୟୋତି । ଏପ୍ରିଲ ୨୮ ତାରିଖ ଦିନ ଏକ ଭୋଜିରେ ଯୋଗ ଦେବାକୁ ସ୍ୱାମୀ ଓ ପରିବାର ଲୋକ ସବୁ ବାହାରକୁ ଯାଇଥିବାବେଳେ ପ୍ରେମିକକୁ ଭେଟିବାକୁ ଛାତ ଉପରକୁ ଯାଇଥିଲେ ଜ୍ୟୋତି । ମା’ଙ୍କୁ ଛାତକୁ ଯିବା ଦେଖି ପୁଅ ଜତିନ୍ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲା । ସେଠାରେ ପ୍ରେମିକ ଉଦୟ ଜ୍ୟୋତିଙ୍କୁ କୋଳେଇ ନେବାର ଦେଖିଥିଲା କୁନି ପୁଅ । ପୁଅକୁ ଛାତ ଉପରେ ଦେଖିବା ପରେ କାଳେ ନିଜର ସବୁ ସତ ଧରାପଡିଯିବ ସେଥିପାଇଁ ରାଗରେ ପୁଅକୁ ଛାତ ଉପରୁ ଠେଲିଦେଲେ । ହସ୍ପିଟାଲରେ ତାକୁ ବଞ୍ଚାଇବାକୁ ଅନେକ ଚେଷ୍ଟା ଚାଲିଥିଲେ ବି ପୁଅର ମୃତ୍ୟୁ ହୋଇଯାଇଥିଲା ।

ତେବେ ପୁଅ ଅସାବଧାନତା ଯୋଗୁଁ ପାଦ ଖସିଯିବା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଘର ଲୋକ ଭାବୁଥିଲେ । ଏହାକୁ ଏକ ଦୁର୍ଘଟଣା ଭାବି ପରିବାର ଲୋକେ ମାନସିକ ଯନ୍ତ୍ରଣା ପାଇଲେ । ହେଲେ ପାଖାପାଖି ୨ ମାସ ପରେ ଏହା ପଛର ସତ ଜଣାପଡିଲା । ଜ୍ୟୋତି ନିଜେ ସ୍ୱାମୀଙ୍କୁ ସବୁ ସତ କହିଥିଲେ । ଏହି ସମୟରେ ଜ୍ୟୋତିର ଅଡିଓ ଏବଂ ଭିଡିଓ ରେକର୍ଡିଂ କରିଥିଲେ ଧ୍ୟାନ ସିଂ । ଏହାପରେ ସେ ସବୁ ପ୍ରମାଣ ପୋଲିସ ନିକଟରେ ଦେଇଥିଲେ । ଏହାପରେ ପୋଲିସ ତୁରନ୍ତ ଜ୍ୟୋତିଙ୍କୁ ଗିରଫ କରିଥିଲା । ଏହାସହିତ ପ୍ରେମୀ ଉଦୟଙ୍କୁ ମଧ୍ୟ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.