ଗୋଟିଏ ପରିବାରର ୩ଜଣ ପିଇଦେଲେ ବିଷ, ପୁଅ ମୃତ ମା ଓ ଭଉଣୀ ଗୁରୁତର

ବରଗଡ ଜିଲ୍ଲା ସୋହେଲା ମାଷ୍ଟରଟିକ୍ରାରେ ଅଭାବନୀୟ ଘଟଣା ଘଟିଛି। ଗତ ୬ ତାରିଖ ଦିନ ଗାଁର ଅର୍ଜୁନ ସାହୁଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପରିବାର ।

ବରଗଡ଼(କେନ୍ୟୁଜ୍):  ଗୋଟିଏ ପରିବାରର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇଲେ ମାଆ, ପୁଅ ଓ ଝିଅ । ବରଗଡ ଜିଲ୍ଲା ସୋହେଲା ମାଷ୍ଟରଟିକ୍ରାରେ ଅଭାବନୀୟ ଘଟଣା ଘଟିଛି। ଗତ ୬ ତାରିଖ ଦିନ ଗାଁର ଅର୍ଜୁନ ସାହୁଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପରିବାର ।

ଆଜି ଅର୍ଜୁନଙ୍କ ପତ୍ନୀ କୁମୁଦିନୀ, ପୁଅ ବଂଶୀଧର ଓ ଝିଅ ସୁର୍ଣ୍ଣ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଭାବେ ସେମାନଙ୍କୁ ସୋହେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଅର ଅବସ୍ଥା ଗୁରୁତର ହେବାରୁ ତାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.