ପୁରୁଷଙ୍କ ଠାରୁ ଅଧିକ ସ୍ମୋକିଙ୍ଗ୍‌ କରିଥାନ୍ତି ମହିଳା, WHO ପକ୍ଷରୁ ପ୍ରକାଶ ପାଇଲା ଏହି ତାଜା ରିପୋର୍ଟ

ଓ୍ଵାଲ୍ଡ ହେଲଥ ଅରଗାନାଇଜେସନ୍‌ (WHO)ପକ୍ଷରୁ ଏକ ରିପୋର୍ଟ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରାଇ ଦେଇଛି । ରିପୋର୍ଟ ଅନୁସାରେ ପୁରୁଷଙ୍କ ଠାରୁ ଏବେ ମହିଳା ସ୍ମୋକିଙ୍ଗ କ୍ଷେତ୍ରରେ ବେଶ୍‌ ଆଗରେ ଅଛନ୍ତି । ଏହି ତାଜା ରିପୋର୍ଟ ଅନୁସାରେ ପୁରୁଷଙ୍କଠାରୁ ମହିଳାମାନେ ଏବେ ଅଧିକ ପରିମାଣରେ ସିଗାରେଟ୍‌ ଟାଣୁଛନ୍ତି । WHO ଖୋଦ୍‌ ମାନୁଛି କି ଇତିହାସରେ ଏହି ପ୍ରକାରର ରିପୋର୍ଟ କେବେ ସାମ୍ନାକୁ ଆସିନଥିଲା ଯେତେବେଳେ କି ଏଭଳି ସ୍ମୋକିଙ୍ଗ ମାମଲାରେ ପୁରୁଷ ମାନଙ୍କ ସଂଖ୍ୟା ମହିଳାଙ୍କ ଠାରୁ କମିଯିବ ।SMOKEWHOର ମହାନିର୍ଦ୍ଦେଶକ କହିଛନ୍ତି କି, ଗତ ଦଶକରେ ସେମାନେ ଦେଖି ଆସିଥିଲେ କି ପୁରୁଷ ମାନଙ୍କ ସଂଖ୍ୟା ସ୍ମୋକିଙ୍ଗ ମାମଲାରେ ବେଶ୍‌ ବଢିବାରେ ଲାଗିଥିଲା । କିନ୍ତୁ ଏହା ପ୍ରଥମ ଥର ଯେତେବେଳେ କି ବିଭିନ୍ନ ଦେଶ ମାନଙ୍କଠାରୁ ଏକାଠି କରାଯାଇଥିବା ସଂଖ୍ୟାରୁ ଜଣାପଡିଛି କି ମହିଳାମାନେ ପୁରୁଷଙ୍କ ଠାରୁ ଅଧିକ ସ୍କୋକିଙ୍ଗ କରୁଛନ୍ତି । ତେବେ ଭାତରେ ମଧ୍ୟ ଗ୍ଳୋବାଲ୍‌ ଆଡଲ୍ଟ ଟବାକୋ ସର୍ଭେରେ ଲଗାତାର କୁହାଯାଉଛି କି ତବାକୁ ଏବଂ ସ୍କୋକିଙ୍ଗ ମାମଲାରେ ମହିଳାମାନେ ପୁରୁଷଙ୍କର ଖୁବ୍‌ ନିକଟତର ହେବାକୁ ଲାଗିଲେଣି । ତେବେ ବିଡି ଟାଣିବା ମାମଲାରେ ଆଗରୁ ହିଁ ମହିଳାମାନେ ପୁରୁଷଙ୍କ ଠାରୁ ଆଗରେ ଅଛନ୍ତି ।

WOMANଅନ୍ୟପଟେ WHOର ରିପୋର୍ଟ ଅନୁସାରେ ପୁରା ଦୁନିଆରେ ସ୍ମୋକିଙ୍ଗ ଏବଂ ଅନ୍ୟ ତମାଖୁ ଉତ୍ପାଦର ବ୍ୟବହାର କରିବା କାରଣରୁ ପାଖାପାଖି ୮୦ଲକ୍ଷ ଲୋକ ନିଜ ଜୀବନ ହାରିଥାନ୍ତି । ଏହାବ୍ୟତିତ ପାଖାପାଖି ୧୨ଲକ୍ଷ ଲୋକ କେବଳ ବେଳେ ବେଳେ ସ୍ମୋକିଙ୍ଗ୍‌ କରୁଥିବା ପାଇଁ ମରିଥାନ୍ତି । ବିଭିନ୍ନ ସର୍ଭେରୁ ଏହା ସ୍ପଷ୍ଟ ଭାବେ ଜଣାପଡିଛି କି ସ୍ମୋକିଙ୍ଗ କିମ୍ବା ତମାଖୁ ଉତ୍ପାଦର ବ୍ୟବହାର ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । ଏହି ଉତ୍ପାଦର ବ୍ୟବହାର କାରଣକୁ ହାର୍ଟ ସମ୍ବନ୍ଧୀୟ ବିଭିନ୍ନ ରୋଗ ମଧ୍ୟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.