ଭାରତରେ ଶସ୍ତା ହେବନାହିଁ ପିଆଜ, ତୁର୍କୀ ଓ ଶ୍ରୀଲଙ୍କା ପକ୍ଷରୁ ରପ୍ତାନି ଉପରେ କଟକଣା

ଭାରତକୁ ପିଆଜ ଆମଦାନୀ ଉପରେ ତୁର୍କୀ କଟକଣା ଜାରି କରିଛି । ଏହା ସହ ଶ୍ରୀଲଙ୍କା ମଧ୍ୟ ନିଜ ପିଆଜ ରପ୍ତାନି ଉପରେ କଡା ନିୟମ ଜାରି କରିଛି । ତେଣୁ ନିକଟ ଭବିଷ୍ୟତରେ ବି ଏହାର ଦର କମିବାର ଆଶା ମଉଳି ଯାଇଛି । ଏହା ସହ ଏହି ଦେଶ ମାନେ ସେମାନଙ୍କ ଅଞ୍ଚଳରେ ପିଆଜ ଉତ୍ପାଦନ ବଢିଲେ ହିଁ ସେମାନେ ସାହାଯ୍ୟର ହାତ ବଢେଇବେ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟ ପକ୍ଷରେ ମିଶର, ଆଫଗାନିସ୍ତାନ ପରି ରାଷ୍ଟ୍ର ସାହାଯ୍ୟର ହାତ ବଢ଼ାଇଛନ୍ତି । ଆଫଗାନିସ୍ତାନ ୱାଘା ବର୍ଡ଼ର ଦେଇ ନିଜ ପିଆଜ ରପ୍ତାନି କରୁଛି । ସୂଚନା ଦେବା ଯୋଗ୍ୟକି ବିଗତ କିଛି ଦିନ ଭିତରେ ଦେଶରେ ପିଆଜ ଦର ହୁତୁ ହୁତୁ ହୋଇ ବଢି ଚାଲିଛି ।

onion

ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଭଲ ମାନର ପିଆଜ କିଲୋ ପ୍ରତି ୧୦୦ ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟିକେ କମ ମାନର ପିଆଜ ଦର ୬୦ ରୁ ୮୦ ଟଙ୍କା ଭିତରେ ରହିଛି । ଦେଶରେ ସବୁଠୁ ଅଧିକ ଉତ୍ପାଦନ ହେଉଥିବା ରାଜ୍ୟ ମହାରାଷ୍ଟ୍ରରେ ପିଆଜର ଅମଳ ଅନ୍ୟ ବର୍ଷ ତୁଳନାରେ ବାଢ଼ିଥିଲେ ମଧ୍ୟ ଦରରେ କୌଣସି ପରିବର୍ତ୍ତନ ଆସିପାରିନାହିଁ । ଦର କମିବାକୁ ଆହୁରି ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ସମୟ ଲାଗିଯିବ ବୋଲି ଆଶଙ୍କା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.