ଜାଣନ୍ତୁ ଭୋଟ ଦେବା ପରେ କଣ କହିଲେ ଦୁନିଆର ସବୁଠାରୁ ଗେଡା ମହିଳା ।

ନୁଆଦୀଲ୍ଲୀ: ଚଳିତ ନିର୍ବାଚନାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନେକ ବର୍ଗର ଲୋକ ଭେଟ ଦେବାକୁ ବୁଥରେ ପହଞ୍ଚି ଥିଲେ । ଏହି ଅବସରରେ ଗିନିଜ ବୁକ ଅଫ ଓ୍ଵାଲ୍ଡ୍‌ର୍ରେ ରେକର୍ଡ କରିଥିବା ଦୁନିଆର ସବୁଠାରୁ କ୍ଷୁଦ୍ର ମହିଳା ଜ୍ୟୋତି ଆମଙ୍ଗେ ବୁଥରେ ମତଦେବା ପଇଁ ପହଞ୍ଚିଥିଲେ ଓ ନାଗପୁରର ଲେକସଭା ଆସନ ପାଇଁ ମତଦାନ କରିଥିଲେ ।

ଚାଲନ୍ତୁ ଜାଣିବା ଜ୍ୟୋତି ଆମଙ୍ଗେଙ୍କ ବିଷୟରେ
ନାଗପୁରର କିଶନ ଆମଙ୍ଗେ ଓ ରଞ୍ଜନା ଆମଙ୍ଗେଙ୍କ ଝିଅ ଜ୍ୟୋତି ଆମଙ୍ଗେ । ଉଚ୍ଚତା ମାତ୍ର ୬୩ ସେଣ୍ଟିମିଟର ଅର୍ଥାତ ୨ଫୁଟ ୧ ଇଞ୍ଚ । ଆଉ ଓଜନ ୫.୫ କିଲୋଗ୍ରାମ । ସେଥିପାଇଁ ତାଙ୍କ ଦୂନିଆର ସବୁଠରୁ କ୍ଷୁଦ୍ରତମ ମହିଳା ଭାବେ ଗିନିଜ ବକ ଅଫ ଓ୍ଵାର୍ଲ୍ଡରେ ରେକଡ ପାଇଛନ୍ତି ଜ୍ୟୋତି ।

ଲୋକଙ୍କୁ କଣ କହିଲେ ଜ୍ୟୋତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଜ୍ୟୋତି କହିଛନ୍ତି ,ସବୁ ଲୋକମାନେ ମତଦାନ କରିବାକୁ ମୁଁ ଅନୁରୋଧ କରୁଛି । ଦୟାକରି ପ୍ରଥମେ ମତଦାନ କରନ୍ତୁ ତାପରେ ଅନ୍ୟକାମ କରନ୍ତୁ । ଭୋଟ ଦେବା ଆମର ନୈତିକ ଅଧିକାର ,ତେଣୁ ସମସ୍ତ ସଚେତନ ନାଗରିକ ଭୋଟ ଦେବାକୁ ଆସନ୍ତୁ ବୋଲି ଅପିଲ କରିଥିଲେ ।ଭୋଟ ଦେବା ପରେ ଜ୍ୟୋତି ନିଜର ସ୍ୟାହି ବୋଳା ଆଙ୍ଗୁଠିକୁ ଦେଖାଇ ଫଟୋ ଉଠେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.