Below header

ମୋଦି ଜିତିଲେ ପାକିସ୍ତାନ ଭାରତରେ ଦଙ୍ଗା କରିବ :କେଜିରଓ୍ଵାଲ ! ଜାଣନ୍ତୁ କାହିଁକି କହିଲେ ଏମିତି ?

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେର୍ଜୀଓ୍ଵାଲ ମୋଦିଙ୍କୁ ଟାର୍ଗେଟ କରି ଏକ ଟ୍ଵିଟରେ କହିଛନ୍ତି  ମୋଦି ଆଉ ପାଞ୍ଚ ବର୍ଷ ଶାସନକୁ ଆସିଲେ ପାକିସ୍ଥାନ ଭାରତରେ ଆତଙ୍କ କରିବ  । ସେଥିପାଇଁ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଖୋଲା ଖୋଲି ଭାବେ ମୋଦୀଙ୍କୁ ଚଳିତ ନିର୍ବାଚନରେ ସାହାର୍ଯ୍ୟ କରୁଛନ୍ତି ।
ଏହ ମଧ୍ୟ ଲେଖିଛନ୍ତି ପାକିସ୍ଥାନ ଯାହା ୭୦ ବର୍ଷରେ ହାସଲ କରିପାରିନଥିଲା ତାଙ୍କ ସାଙ୍ଗ ମୋଦି ଭାରତର ବନ୍ଧୁତ୍ୱର ଭାବନାକୁ ଶେଷ କରି ପାଞ୍ଚବର୍ଷ ମଧ୍ୟରେ ସବୁ କିଛି ଦେଇଦେଇଛନ୍ତି ।

ଆପନେତାଙ୍କ ଏହି ଟ୍ଵିଟ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନଙ୍କ ସେହି ଟ୍ଵିଟ ପରେ ଆସିଥିଲା ଯେଉଁଥିରେ ଇମ୍ରାନ ଖାନ କହିଥିଲେ , ଯଦି ଭାଜପା ଲୋକସଭା ନିର୍ବାଚନ ଜିତିବ ତେବେ ଭାରତ ସହ ଶାନ୍ତି ବର୍ତ୍ତା କରିବା ସହଜ ହେବ ଓ କାଶ୍ମୀର କୁ ନେଇ କୌଣସି ପ୍ରକାର ବୁଝାମଣା ହୋଇପାରିବ । ପାକିସ୍ତାନ ପ୍ରଧାନ ମନ୍ତ୍ରୀ କିଛି ବିଦେଶୀ ପତ୍ରକାରଙ୍କ ସହ କଥାହେବା ବେଳେ କହିଥିଲେ ଯଦି କଂଗ୍ରେସ ଭାରତରେ ଆଗାମୀ ସରକାର ହେବ ତେବେ ଦକ୍ଷିଣପନ୍ଥିଙ୍କ ଡରରେ କାଶ୍ମୀର ପ୍ରସଙ୍ଗ ନେଇ ପାକିସ୍ଥାନ ସହିତ ବୁଝାମଣା କରିବାପାଇଁ ଡରିପାରେ ।

ଇମରାନ ଖାନଙ୍କ ବୟାନ ପରେ କଂଗ୍ରେସ ଓ ବାମଦଳ ସମେତ ବିପକ୍ଷ ଦଳ ମାନେ କହିଛନ୍ତି ମୋଦିଙ୍କୁ ଭୋଟ ଦେବା ପାକିସ୍ତାନକୁ ଭୋଟ ଦେବା ସାଙ୍ଗେ ସମାନ । କଂଗ୍ରେସର ମୁ୍‌ଖପାତ୍ର ରଣଦ୍ୱିପ ସୂରଜଓ୍ଵାଲା ଟ୍ଵିଟ କରି କହିଛନ୍ତି । ମୋଦିଜୀ ପ୍ରଥମେ ନବାଜ ସରିଫ ସାଙ୍ଗେ ପ୍ୟାର ଓ ଏବେ ଇମରାନ ଖାନ୍‌ ସାଙ୍ଗେ ପ୍ରିୟ ପ୍ୟାର କରିବସିଛନ୍ତି । ଢେଲ ର ପୋଲ ଏବେ ଖୋଲି ଯାଇଛି ବୋଲି ଲେଖିଛନ୍ତି ।

ପାକିସ୍ତାନ ପ୍ରଧାନ ମନ୍ତ୍ରୀଙ୍କ ଟ୍ଵିଟ ପରେ ମେହବୁବ ଟ୍ଵିଟ କରି କହିଛନ୍ତି ପାକିସ୍ଥାନ ପ୍ରଧାନ ମନ୍ତ୍ରୀଙ୍କ ଭଳି ମୁଫ୍‌ତି ସାହେବ ମଧ୍ୟ ସ୍ୱକାର କରୁଥିଲେ ମୋଦିଙ୍କୁ ଯେଉଁ ଭଳି ଭାବେରେ ଦକ୍ଷିଣ ପନ୍ଥୀ ମାନଙ୍କ ସମର୍ଥନ ମିଳିଛି , ବାଜପେୟୀଙ୍କ ତରଫରୁ ଆରମ୍ଭ ହୋଇଥିବା କଥାବାର୍ତ୍ତା କୁ ମୋଦି ଆଗକୁ ନେଇ ପାରିବେ । ଭାଜପା ଓ ଅନ୍ୟ ଦକ୍ଷିଣପନ୍ଥିଙ୍କ ବିରୋଧ କାରଣରୁ କଂଗ୍ରେସ ଏହା କରିପାରିନଥିଲା । କିନ୍ତୁ ବିଶାଳ ଜନା ଦେଶ ପରେ ବି ମୋଦି ଏହାକୁ ହରେଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.