Below header

ଲେକାତନ୍ତ୍ରର ପର୍ବରେ ସାମିଲ ହେବା ପାଇଁ ବେଦୀ ଛାଡି ବୁଥରେ ପହଞ୍ଚିଲେ ବର, ଆଉ ଦେଲେ ଏମିତି ବାର୍ତ୍ତା

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସରା ଦେଶରେ ଭୋଟର ମାନଙ୍କ ମଧ୍ୟରେ ଦେଖାଦେଇଥିଲା ଏକ ଅଦ୍ଭୁତପୁର୍ବ ଉତ୍ସାହ । ସବୁ ବର୍ଗର ବ୍ୟକ୍ତିବିଶେଷ ଏହି ଭୋଟ ଦାନ ଉତ୍ସବରେ ସାମିଲ ହେବା ପାଇଁ ଆଗ୍ରହ ସହକାରେ ଅପେକ୍ଷା କରି ରହିଥିବାର ଦେଖା ଯାଇଥିଲା ।  ବିଶେଷ କରି ନୂଆ ପିଢ଼ିର ଭୋଟର ଏହାକୁ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଥିବାର ଜଣା ପଡିଥିଲା । ତେବେ ଉତ୍ତର ପ୍ରଦେଶର ଏମିତି ଏକ ଘଟଣା ସାରା ଦେଶକୁ ଏକ ମହତ ବାର୍ତ୍ତା ଦେଇଛି । ଆଉ ସେହି ବାର୍ତ୍ତାଟି ହେଉଛି ବାହଘରର ହାତଗଣ୍ଠି ପୁର୍ବରୁ ଜଣେ ବର ଭୋଟ ଦେବା ପାଇଁ ବୁଥରେ ପହଞ୍ଚି ଥିଲେ ।

ଘଟଣାଟି ହୋଉଛି ବିଜନୈର ଲୋକସଭା ଆସନ ଚାନ୍ଦପୁର ବିଧାନସଭା ଅନ୍ତର୍ଗତ ଜଳିଲ ପୁର ବୁଥ ନଂ-୭୧ର । ଯେଉଁଠି ରାଜୁ ସିଂହ ନାମକ ଜଣେ ଯୁବକ ବର ବେଶରେ ପହଞ୍ଚିଥିଲେ ଭୋଟ ଦେବା ପାଇଁ । ଆଉ ରାଜୁଙ୍କୁ ଦେଖିବା ପାଇଁ ବୁଥରେ ଲୋକଙ୍କ ଭିଡ ଜମିବାରେ ଲାଗିଥିଲା ।

ରାଜୁଙ୍କ କହିବା କଥା ଥିଲା ବାହାଘରର ସବୁ ରୀତି ନୀତି ପଛରେ, ପ୍ରଥମେ ଲୋକତନ୍ତ୍ରର ପର୍ବରେ ଭାଗନେବା ଦରକାର ବୋଲି ନିଷ୍ପତ୍ତି ନେଇ ସେ ଭୋଟ ଦେବାକୁ ଆସିଛନ୍ତି । ରାଜୁଙ୍କ ଏହି ମହାନ କାମ ପାଇଁ ସେଠାର ଲେକମାନେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ ।

 

A groom casts his vote at  a polling station in bijnor

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.