ବିଜେଡି ପ୍ରାର୍ଥୀଙ୍କ ଫେକ୍‌ ଭିଡିଓ ଓ ଫଟୋ ଭାଇରାଲ୍ ପ୍ରସଙ୍ଗ : ୩ ବିଜେପି କର୍ମୀ ଗିରଫ

କେନ୍ଦୁଝର : ଫେକ୍‌ ଭିଡିଓ ଓ ଫଟୋକୁ ନେଇ କେନ୍ଦୁଝର ବିଜେପି ସୋସିଆଲ ମିଡିଆ ସଂଯୋଜକ ଜୟଦେବ ଗିରି ଓ ଭଦ୍ରକ ବିଜେପି ଆଇଟି ସେଲ୍‌ର ସଂଯୋଜକ ଚିନ୍ନୟ ସେନାପତି ଗିରଫ ହୋଇଛନ୍ତି । ଏ ଦୁଇ ଜଣଙ୍କ ସହ ଜଣେ ବିଜେପି କର୍ମୀ ବିଷ୍ଣଦତ୍ତ ବାରିକଙ୍କୁ ଗିରଫ କରିଛି ପୋଲିସ। ଏମାନେ କେନ୍ଦୁଝର ଲୋକସଭାର ବିଜେଡି ପ୍ରାର୍ଥୀଙ୍କ ଏକ ମର୍ଫଡ୍‌ ଭିଡିଓ ଭାଇରାଲ କରିଥିଲେ। ଯାହାକୁ ନେଇ କେନ୍ଦୁଝର ଟାଉନଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ତିନି ଜଣଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.