Below header

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଜାଣନ୍ତୁ କେଉଁ ରାଜ୍ୟରେ କେତେ ପ୍ରତିଶତ ହେଲା ମତଦାନ

ଶେଷ ହେଲା ଗଣତନ୍ତ୍ରର ମହାପର୍ବର ପ୍ରଥମ ପର୍ବ। ଏବେ ଇଭିଏମରେ ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ। ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିଛନ୍ତି ଭୋଟର। ନିର୍ବାଚନ ଶାନ୍ତପୂର୍ଣ୍ଣ ରହିଥିବା ବେଳେ ଆନ୍ଧ୍ରର କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଛି ।

ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶରେ ୬୬ ପ୍ରତିଶତ ବିହାରରେ ୫୦ ପ୍ରତିଶତ, ମହାରାଷ୍ଟ୍ରରେ ୫୬ ପ୍ରତିଶତ, ମେଘାଳୟରେ ୬୭.୧୬ ପ୍ରତିଶତ, ଓଡିଶାରେ ୬୬ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୬୩. ୬୯ ପ୍ରତିଶତ ମତଦାନ ହୋଇଛି ।

ସେହିପରି ପଶ୍ଚିମବଙ୍ଗରେ ୮୧ ପ୍ରତିଶତ,ଆସାମରେ ୬୮,ସିକିମରେ ୬୯, ତ୍ରିପୁରାରେ ୮୧.୮,ମିଜୋରାମରେ ୬୦, ମଣିପୁରରେ ୭୮.୨ ଏବଂ ନାଗାଲ୍ୟାଣ୍ଡରେ ୭୮ ପ୍ରତିଶତ ମତଦାନ ହୋଇଛି ।

ଅନ୍ୟପଟେ ଜମ୍ମୁ କଶ୍ମୀରରେ ସଂଧ୍ୟା ୫ ଟା ସୁଦ୍ଧା ୫୪.୪୯ ପ୍ରତିଶତ ମତଦାନ ହୋଇଛି । ସେହିପରେ ଉତ୍ତରାଖଣ୍ଡରେ ସଂଧ୍ୟା ୫ ଟା ସୁଦ୍ଧା ୫୭.୮୫ ପ୍ରତିଶତ ମତଦାନ ହୋଇଛି । ଛତିଶଗଡରେ ଶାନ୍ତିପୂର୍ଣ୍ଣ ଭାବେ ୬୬ ପ୍ରତିଶତ ମତଦାନ ହୋଇଛି । ସେହିପରି ଆଣ୍ଡାମାନ ନିକୋବରରେ ୭୦.୬୭ ପ୍ରତିଶତ ମତଦାନ ହୋଇଛି ।

ଅନ୍ୟପଟେ ୬୦୭ କୋଟି ନଗଦ, ମଦ ୧୯୮ କୋଟି, ଡ୍ରଗ୍ସ ୧୦୯୧ କୋଟି ଏବଂ ଅନ୍ୟାନ୍ୟ ଦାମୀ ଜିନିଷ ହିସାବରେ ୪୮୬ କୋଟି ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.