ଡ୍ରାଗନଙ୍କ ନୂଆ ଚାଲ୍‌ : ଏଲଏସି ରେ ଯବାନଙ୍କ ସହ କଥା ହେଲେ ଜିନପିଙ୍ଗ୍‌ , ଯୁଦ୍ଧ ପ୍ରସ୍ତୁତିର କଲେ ତଦାରଖ

ନୂଆଦିଲ୍ଲୀ : ପୁଣି ଥରେ ଚୀନର ଚାଲବାଜି ସାମନାକୁ ଆସିଲା । ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ୍‌ ପୂର୍ବ ଲଦାଖ ଭାରତ-ଚୀନ ସୀମାରେ ଥିବା ସେନାଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏଠାରେ ଯୁଦ୍ଧର ପ୍ରସ୍ତୁତି କିପରି ଅଛି ବୋଲି ଚୀନ ସେନାଙ୍କୁ ପଚାରି ବୁଝିଛନ୍ତି । ପିଏଲଏ ହେଡକ୍ୱାଟରରୁ ଯବାନଙ୍କ ସହ ଜିନପିଙ୍ଗ କଥାବାର୍ତ୍ତା ହୋଇଛନ୍ତି ।

ଖାଲି ସେତିକି ନୁହେଁ ସେନାଙ୍କୁ ତାଜା ପରିବା ମିଳୁଛି କି ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଏହି ଇଲାକାର ସ୍ଥିତି ମଧ୍ୟ ବଦଳୁଛି, ତେଣୁ ସେନା ଯୁଦ୍ଧ ପାଇଁ କିପରି ପ୍ରସ୍ତୁତ ଅଛନ୍ତି ବୋଲି ଜିନପିଙ୍ଗ ସେନାଙ୍କୁ ପଚାରି ବୁଝିଥିଲେ । ଜିନପିଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ଜଣେ ସେନା କହିଥିଲେ, ସୀମା ଉପରେ ୨୪ ଘଣ୍ଟା ଦୃଷ୍ଟି ରଖାଯାଉଛି ।

ଏହି କଥାବାର୍ତ୍ତା ମଧ୍ୟରେ ସୀମା ସମ୍ପର୍କରେ ଓ ସେଠାକାର ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ଚୀନ ସେନା ମୁଖ୍ୟ ସୀମାରେ ଡ୍ୟୁଟି କରୁଥିବା ଯବାନଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରିଥିଲେ । ପ୍ରକାଶ ଯୋଗ୍ୟ, ପୂର୍ବ ଲଦାଖରେ ୨୦୨୦ ମଇ ୫ ତାରିଖରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.