ଧମକ ପରେ ଅଲଇଣ୍ଡିଆ ଇମାମ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲିଆସିଙ୍କୁ ‘ଓ୍ଵାଇ’ ପ୍ଲସ୍ ସିକ୍ୟୁରିଟି

ନୂଆଦିଲ୍ଲୀ: ଅଲଇଣ୍ଡିଆ ଇମାମ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲିଆସିଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ଓ୍ଵାଇ ପ୍ଲସ୍ ସୁରକ୍ଷା। ଏହି ସୁରକ୍ଷା ପାଇଁ ଇଲିଆସି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ମଝିରେ ମଝିରେ ଅନେକ ଥର ଧମକ ଆସିଛି। ଇଂଲଣ୍ଡ ନମ୍ବରରୁ ମୋତେ କଲ୍‌ କରି ହତ୍ୟା ଧମକ ଦିଆଯାଉଥିଲା।

ପ୍ରକାଶ ଯେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭଗଓ୍ଵତ୍‌ ନିକଟରେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଅଲ ଇଣ୍ଡିଆ ଇମାମ ସାଙ୍ଗଥାନ (AIIO) ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଥିଲେ। ଭଗଓ୍ଵତ୍‌ ବରିଷ୍ଠ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତା କୃଷ୍ଣ ଗୋପାଳ, ରାମ ଲାଲ ଏବଂ ଇନ୍ଦ୍ରଶ କୁମାରଙ୍କ ସହ ଥିଲେ। ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ସେ ଇଲିଆସିଙ୍କ ସହ ଏକ ସଂକ୍ଷିପ୍ତ ଆଲୋଚନା କରିଥିଲେ।

ବୈଠକ ପରେ ଇଲିଆସି କହିଥିଲେ ଯେ ଏହି ବୈଠକ ଏକ ପାରିବାରିକ ସମ୍ପର୍କ। ସେ କହିଛନ୍ତି ଯେ ଭଗଓ୍ଵତ ଜୀ ହେଉଛନ୍ତି ରାଷ୍ଟ୍ରପିତା ଏବଂ ତାଙ୍କୁ ମୋ ଘରେ ରଖିବା ମୋ ପାଇଁ ଗୌରବର ବିଷୟ।

Also Read: ୨୪ ଘଣ୍ଟାରେ ରାଜ୍ୟରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.