Below header

ବଢୁଛି ଯମୁନା : ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଳୀ : ବଢୁଛି ଯମୁନା ନଦୀ। ଦିଲ୍ଲୀରେ ବନ୍ୟା ଆଶଙ୍କା। ଶନିବାର ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ ୫ଲକ୍ଷ କ୍ୟୁସେକ୍ ପାଣି ଛଡାଯାଇଛି। ଆଜି ଏହା ଦିଲ୍ଲୀରେ ପହଞ୍ଚିବ। ଫଳରେ ସହରରେ ବନ୍ୟା ଆଶଙ୍କା ଦେଖାଦେଇଛି। ଯମୁନା ନଦୀ ଜଳସ୍ତର ୨୦୪.୮୩ ମିଟର ଥିବାବେଳେ ଏବେ ଏହା ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି। ସେପଟେ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସହରରେ ହାଇଆଲର୍ଟ ଜାରି କରାଯିବା ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଜରୁରୀ ବୈଠକ ଡାକିଛନ୍ତି। ତଳି ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ କୁହାଯିବା ସହ ବିଭିନ୍ନ ସ୍ଥାନରେ ଡଙ୍ଗା ମହଜୁଦ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.