୨୦୧୯ର ଲୋକସଭା ନିର୍ବାଚନ ପୂର୍ବରୁ କଙ୍ଗନା ରନାୱତ୍ ପିଏମ୍ ମୋଦିଙ୍କୁ ନେଇ ଦେଇଛନ୍ତି ବଡ ବୟାନ !

ବଲିଉଡର ଫେମସ ଓ ନାସନାଲ୍ ଆୱାଡ ବିଜୟୀ ଅଭିନେତ୍ରୀ କଙ୍ଗନା ରନାୱତ୍ ଶନିବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ୨୦୧୯ ଲୋକସଭାକୁ ନଜରରେ ରଖି ଅଭିନେତ୍ରୀ କଙ୍ଗନା ରନାୱତ୍ କେବଳ ମୋଦୀଙ୍କର ପ୍ରସଂଶା କରି ନାହାନ୍ତି ବଂର କହିଛନ୍ତି ପିଏମ୍ ମୋଦି ୨୦୧୯ ଲୋକସଭା ନିର୍ବାଚନରେ କ୍ଷମତାକୁ ଆସିବା ପାଇଁ ଏହି ଲୋକତନ୍ତ୍ରର ସବୁଠାରୁ ଯୋଗ୍ୟ ବ୍ୟକ୍ତି ଅଟନ୍ତି । ଆଉ ମଧ୍ୟ କହିଛନ୍ତି ପିଏମ୍ ମୋଦି ସବୁଠାରୁ ଯୋଗ୍ୟ ଓ ସବୁଠାରୁ ଠିକ୍ ନେତା ଅଟନ୍ତି ।

ମୁମ୍ବାଇରେ କଙ୍ଗନା କହିଛନ୍ତି ସେ ନିଜର ଏହି ପରିଶ୍ରମ କେବଳ ନିଜ ବାପା ମା ଙ୍କ ପାଇଁ କରୁ ନାହାଁନ୍ତି ସାରା ଦେଶ ବାସୀଙ୍କ ପାଇଁ କଠିନରୁ କଠିନ ପରିଶ୍ରମ କରୁଛନ୍ତି । ୨୦୧୯ର ଲୋକସଭା ନିର୍ବାଚନର ପ୍ରଧାନ ମନ୍ତ୍ରୀ ପଦର ଅଧିକାର ଉପରେ କଙ୍ଗନା କହିଛନ୍ତି କି’ ଲିଖିତ ରୂପରେ ଆସନ୍ତା ବର୍ଷ ପୁଣି ଥରେ ନିର୍ବାଚନରେ ଆସିବା ଉଚିତ୍ କାହିଁକି ନା ୫ବର୍ଷର ସମୟ ଦେଶର ନାଗରୀକ କ୍ଷମତାରୁ ବାହାରି ବିକାଶର ରାସ୍ତାରେ ଯିବା ପ୍ରୟାର୍ଥ ନୁହେଁ ।

କହିରଖୁଛୁ କି ଶନିବାର ଦିନ କଙ୍ଗନା ରନାୱତ୍ ଏକ କ୍ଷୁଦ୍ରଚଳଚିତ୍ର ଚୋଲ ଜିତେ ହେଁ ରେ ସ୍କିନିଙ୍ଗ ଦେଇଛନ୍ତି । ଏହି ଚଳଚିତ୍ରଟି ମୋଦୀଙ୍କ ପାରମ୍ଭିକ ଜୀବନ ଉପରେ ଆଧାରିତ ।

ସ୍କିନିଙ୍ଗ ପରେ କଙ୍ଗନା କହିଛନ୍ତି ଏହି ସିନେମାଟିକୁ ବହୁତ ସୁନ୍ଦର ଭାବେ ତିଆରି କରାଯାଇଛି । ଏହି ସିନେମାଟିରେ ଦର୍ଶାଯାଇଛି କିପରି ପିଏମ୍ ମୋଦୀ ଘାତପ୍ରତିଘାତକ ପରେ ମଧ୍ୟ ପିଲାବେଳୁ ସଂଘର୍ସମୟ ଜୀବନଯାପନ କରିଛନ୍ତି । କିନ୍ତୁ ମତେ ଲାଗୁଛି ଏହି ସିନେମାଟି ତାଙ୍କ ଉପରେ ଉପସ୍ଥାପନା କରାଯାଇ ନାହିଁ ବଂର ଏହା ଆମ ସାଧାରଣ ଲୋକ ମାନଙ୍କ ଉପରେ ଆଧାରିତ ଯାହା କଠିନ ପରିଶ୍ରମ ଦ୍ବାରା ଉପରକୁ ଉଠିବାର ପାଇଁ ସମାଜକୁ ଏକାଠି ହେବାକୁ ଦରକାର । ଏହି ସିନେମାଟି ତାଙ୍କ ଜୀବନର ଏକ ଛୋଟ ଅଂଶ । କହିରଖୁଛି ଏହି ସିନେମାଟିରେ ପ୍ରଧାନ ମନ୍ତ୍ରୀଙ୍କର ସଂଘର୍ସମୟ ଜୀବନ ଉପରେ ଆଧାରିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.