ମହିଳାଙ୍କ ପୋଷାକକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଲେ ବାବା ରାମଦେବ, କହିଲେ ‘ମୋ ଭଳି କିଛି ନ ପିନ୍ଧିଲେ ବି ମହିଳାମାନେ ସୁନ୍ଦର ଦେଖାଯିବେ’

ପୁଣି ଅଡୁଆରେ ଫସିଛନ୍ତି ଯୋଗଗୁରୁ ବାବା ରାମଦେବ। ମହିଳାଙ୍କ ପୋଷାକ ପିନ୍ଧିବା ଉପରେ ମନ୍ତବ୍ୟ ଦେଇ ଅଡୁଆରେ ରାମଦେବ । ଏମିତି ବୟାନ ନେଇ ତାଙ୍କୁ ଏବେ ବିରୋଧ କରାଯାଉଛି। ଟିଏମସି ବ୍ୟତୀତ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିଓ୍ଵାଲି ମଧ୍ୟ ତାଙ୍କ ବୟାନକୁ ଆପତ୍ତିଜନକ କହି ସର୍ବସମ୍ମୁଖରେ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି । ତାଙ୍କୁ ନେଇ ରାଜନୈତିକ ଓ ସାମାଜିକ ମହଲରେ ଆଲୋଚନା ସୃଷ୍ଟି ହୋଇଛି।

ପ୍ରକୃତରେ, ଶନିବାର ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବାବା ରାମଦେବ ଯୋଗ ଦେଇ ମହିଳାଙ୍କ ପୋଷାକ ପରିଧାନକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ମହିଳାମାନେ ଶାଢ଼ୀରେ ଭଲ ଦେଖାଯାନ୍ତି, ସାଲୱାର ସୁଟରେ ବି ଭଲ ଦେଖାଯାନ୍ତି। ଏପରିକି ମହିଳାମାନେ କିଛି ନପିନ୍ଧିଲେ ବି ସୁନ୍ଦର ଦେଖାଯାନ୍ତି।’ ଆଗରୁ କିଏ ପିଲାକୁ ପୋଷାକ ପିନ୍ଧାଉଥିଲା, ଏବେ କିନ୍ତୁ ପିଲାଙ୍କୁ ୫-୫ଟି ସ୍ତରର ଡ୍ରେସ ପିନ୍ଧାଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପତ୍ନୀ ଅମୃତା ଫଡନାବିସ୍ ମଧ୍ୟ ଉପସ୍ଥିତ ଥିଲେ। ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ। ତେବେ ବାବା ରାମଦେବଙ୍କ ଏହି ବୟାନରେ ସମସ୍ତ ମହିଳାଙ୍କ ଭାବନାକୁ ଆଘାତ ଲାଗିଛି। ରାମଦେବଙ୍କ ଟିପ୍ପଣୀ ନିନ୍ଦନୀୟ ବୋଲି କୁହାଯାଉଛି ।

ରାମଦେବ ମହିଳାଙ୍କୁ ନେଇ ଦେଇଥିବା ଏହି ବିବାଦୀୟ ମନ୍ତବ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହାପରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତା ବାବା ରାମଦେବଙ୍କ ବୟାନକୁ ବିରୋଧ କରି କ୍ଷମା ମାଗିବା ପାଇଁ ଦାବି କରୁଛନ୍ତି। ଆଉ ଯଦି ବାବା ରାମଦେବ କ୍ଷମା ନ ମାଗନ୍ତି, ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ଧମକ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.