ଆକ୍ସନରେ ଯୋଗୀ ସରକାର : କୋଟାରେ ଫସିଥିବା ୭୫୦୦ କୋଚିଂ ପିଲାଙ୍କୁ ଫେରାଇ ଆଣିବାକୁ ପଠାଇଲେ ୩୦୦ ବସ୍‌

କରୋନା ଭାଇରସ ଯୋଗୁଁ ଭାରତ ଲକଡାଉନ। ଏହି ଲକଡାଉନ ମେ ୩ ତାରିଖରେ ଶେଷ ହେବ ବୋଲି ମୋଦି ଘୋଷଣା କରିଛନ୍ତି। କିନ୍ତୁ ଏହି ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟର ଲୋକ ଓ ଛାତ୍ରୀଛାତ୍ର ବିଭିନ୍ନ ସ୍ଥାନରେ ଫସିରହିଛନ୍ତି। ଇତିମଧ୍ୟରେ ରାଜସ୍ଥାନର କୋଟାରେ ଫସି ରହିଥିବା ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଯୋଗୀ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କୋଟାରୁ ଉତ୍ତରପ୍ରଦେଶର୭୫୦୦ ପିଲାଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବସ୍ ପଠାଇଛନ୍ତି। ଏବେ କୋଟା ଅଭମୁଖେ ୩୦୦ଟି ବସ୍ ବାହାରିଥିବା ଜଣାପଡ଼ିଛି।

21

କରୋନା ଭାଇରସ ରୋକିବା ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଲକ୍ଡାଉନ୍ ଯୋଗୁ କୋଟା, ଉତ୍ତରପ୍ରଦେଶ, ବିହାରର ସମେତ ବିଭିନ୍ନ ରାଜ୍ୟରେ ହଜାର ହଜାର ଛାତ୍ରୀଛାତ୍ର ଫସିରହିଛନ୍ତି। ସେଠାରୁ ବାହାରିବା ପାଇଁ ଗତ କିଛି ଦିନ ତଳେ ପିଲାମାନେ ଟୁଇଟରରେ #SendUsBackHome ଅଭିଯାନ ଆରମ୍ଭ କରିଥିଲେ।

ଏହି ପିଲାଙ୍କୁ ଆଣିବା ପାଇଁ ଯୋଗୀ ସରକାର ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗା ଯାଇଛି। ପ୍ରଥମେ ସବୁ ପିଲାଙ୍କୁ ବସ୍‌ରେ ବସାଇବା ପୂର୍ବରୁ ଥର୍ମାଲ ସ୍କାନିଂ କରାଯିବା ସହିତ ମାସ୍କ ଦିଆଯିବ। ସେହିପରି ଗୋଟେ ବସରେ ମାତ୍ର ୩୫ ଜଣ ଛାତ୍ରଛାତ୍ରୀ ବସିପାରିବେ । ଏହାଛଡା ପ୍ରତି ବସ୍‌ରେ ସୁରକ୍ଷା କର୍ମୀ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.