ବାହା ହେବାକୁ ଜିଦ୍‌ କରିବାରୁ ପ୍ରେମିକାର ତଣ୍ଟି ଚିପି ହତ୍ୟା କଲା ପ୍ରେମିକ, ସୁଟ୍‌କେଶ୍‌ରୁ ମିଳିଲା ମୃତଦେହ

ହାଇଦ୍ରାବାଦ : ପ୍ରେମିକାକୁ ମାରିଦେଲା ପ୍ରେମିକ । ତଣ୍ଟି ଚିପି ମାରିବା ପରେ ସୁଟ୍‌କେଶ୍‌ରେ ମୃତଦେହକୁ ପୂରାଇ ଏକ ଡ୍ରେନ୍‌ରେ ଫିଙ୍ଗି ଦେଲା । ହତ୍ୟାର କାରଣ କଣ ଥିଲା ଜାଣନ୍ତି କି ? କାରଣ ହେଉଛି, ପ୍ରେମିକା ବାହା ହେବା ପାଇଁ ଜିଦ୍‌ କରୁଥିଲା ।
ଏଇ ଘଟଣା ଘଟିଛି ହାଇଦ୍ରାବାଦରେ । ସୁନୀଲ କୁମାର ନାମକ ଜଣେ ଇଂଜିନିୟର ନିଜ ପ୍ରେମିକା ବି . ଲାବଣ୍ୟକୁ ଗତ ୭ ତାରିଖ ଦିନ ବିମାନ ବନ୍ଦର ଲଜିଂରେ ହତ୍ୟା କରିଥିଲା । ଏହା ପରେ ମୃତଦେହକୁ ‘ବାଜିଗର’ ଫିଲ୍ମ ଷ୍ଟାଇଲ୍‌ରେ ସୁଟ୍‌କେଶ୍‌ରେ ଭର୍ତ୍ତି କରି ସୁରରାମ ଅଞ୍ଚଳରେ ଥିବା ଏକ ସ୍କୁଲ ସାମନା ଡ୍ରେନ୍‌ରେ ପକାଇ ଦେଇଥିଲା ।

GIRL FRIEND MURDER

ତେବେ ଲାବଣ୍ୟା ଘର ଲୋକ ତା ବିଷୟରେ କିଛି ଖୋଜ ଖବର ନପାଇ ଥାନାରେ ଏତଲା ଦେଲେ । ପୋଲିସ୍‌ ଲାବଣ୍ୟାର ଫୋନ୍‌ କଲ୍‌କୁ ଟ୍ରାକ୍‌ କରି ସୁନୀଲକୁ ଧରିଥିଲା । ଜେରା ବେଳେ ସବୁ ମାନିଗଲା ସୁନୀଲ ।
ସୁନୀଲର ବୟାନ୍‌ ଅନୁସାରେ, ଲାବଣ୍ୟା ଓ ସେ ସିଏମ୍‌ରେ ଇଂଜିନିୟରିଂ କଲେଜରେ ସହପାଠୀ ଥିଲେ । ସେତେବେଳରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ପାଠ ପଢ଼ା ପରେ ଦୁହେଁ ଚାକିରି କଲେ । ଗାଚିବାଓଲି ଠାରେ ଥିବା ଟିସିଏସ୍‌ ସିନର୍ଜୀ କମ୍ପାନୀରେ ସୁନୀଲ ଚାକିରି କରିଥିଲା । ହେଲେ ସେତେବେଳକୁ ସୁନୀଲର ମନ ବଦଳିଗଲା । ସେ ଲାବଣ୍ୟା ଠାରୁ ଦୂରେଇବାକୁ ଲାଗିଲା । ଅନ୍ୟପକ୍ଷରେ ଲାବଣ୍ୟା ବାହା ହେବା ପାଇଁ ଚାପ ପକାଇଲା । ଫଳରେ ଗତ ଫେବ୍ରୁଆରୀରେ ସୁନୀଲ ଲାବଣ୍ୟାର ପରିବାର ଲୋକଙ୍କୁ ମିଛ କହିଥିଲା ।

ମସ୍କାଟ୍‌ରେ ତାର ଏକ ଚାକିରି ହୋଇଛି ଏବଂ ସେ ସାଙ୍ଗରେ ଲାବଣ୍ୟାକୁ ମଧ୍ୟ ନେବାକୁ ଚାହୁଁଛି । ତା ପାଇଁ ମଧ୍ୟ ଚାକିରି ବୁଝି ଥିବାରୁ ଇଣ୍ଟରଭ୍ୟୁ ଅଛି ବୋଲି କହିଥିଲା । ଏହାପରେ ଗତ ଏପ୍ରିଲ ୪ ତାରିଖ ଦିନ ଲାବଣ୍ୟାର ପରିବାର ଲୋକେ ସେ ଦୁହିଙ୍କୁ ହାଇଦ୍ରାବାଦ ଆରଜିଆଇ ବିମାନ ବନ୍ଦର ନିକଟରେ ଛାଡ଼ି ଫେରିଗଲେ । ତେବେ ସୁନୀଲ ଲାବଣ୍ୟାକୁ ନେଇ ବିମାନ ବନ୍ଦର ଲଜିଂରେ ରହିଲା । କହିଲା ଆସନ୍ତାକାଲି ଫ୍ଲାଇଟ୍‌ ଅଛି । ଏହା ପରେ ବାହାଘରକୁ ନେଇ ଲଜିଂ ଭିତରେ ସେମାନଙ୍କର ଭୀଷଣ ଗଣ୍ଡଗୋଳହେଲା ଏବଂ ସେଠାରେ ସୁନୀଲ ଲାବଣ୍ୟାର ତଣ୍ଟି ଚିପି ହତ୍ୟା କଲା । ସୁନିଲ ୫ ତାରିଖ ଦିନ ଲାବଣ୍ୟାକୁ ହତ୍ୟା କରିବା ପରେ ରାତିରେ ତାର ମୃତଦେହକୁ ସୁଟକେଶ୍‌ରେ ପୂରାଇ ଡ୍ରେନ୍‌ରେ ଫିଙ୍ଗି ଦେଇ ଆସିଲା । ତେବେ ୭ ତାରିଖ ଦିନ ଲାବଣ୍ୟା ଫୋନ୍‌ରୁ ତା ଭଉଣୀ ପାଖକୁ ଏକ ମେସେଜ୍‌ ପଠାଇ ଥିଲା ସୁନୀଲ । ଜଣାଇ ଦେଇଥିଲା ଯେ ମୁଁ ମସ୍କାଟ୍‌ରୁ ଫେରି ହାଇଦ୍ରାବାଦରେ ପହଞ୍ଚି ଗଲି । ଏହା ପରେ ଫୋନ୍‌କୁ ସ୍ୱିଚ୍‌ଅପ୍‌ କରି ଦେଇଥିଲା । ତେବେ ଅନେକ ସମୟ ଧରି ଅପେକ୍ଷା କରିବା ପରେ ପରିବାର ଲୋକ ଲାବଣ୍ୟା ସମ୍ପର୍କରେ କିଛି ସୂଚନା ନପାଇ ପୋଲିସ୍‌ରେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.