ମଲାଇକା ଅର୍ଜୁନଙ୍କ ସହ ବିବାହ କରିବାକୁ ନେଇ ଚୁପ୍ ଅଛନ୍ତି, ଜାଣନ୍ତୁ କଣ ରହିଛି ଗୋଆରେ ଗୋପନ ବିବାହ କରିବାର ସତ୍ୟତା

ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ବିବାହ ଖବର ନେଇ ଖୁବ୍ ଚର୍ଚ୍ଚା ଦେଖିବାକୁ ମିଳିଛି। ବଲିଉଡର ଏହି କପଲ ୧୯ ଏପ୍ରିଲରେ ବିବାହ କରିବାକୁ ଯାଉଥିବା ବେଳେ ଏହାକୁ ବୋନୀ କପୁର ମିଥ୍ୟା ବୋଲି କହିଛନ୍ତି। ଏହାପରେ ଅର୍ଜୁନ ଏବଂ ମଲାଇକା ନିଜ ବ୍ୟାଚଲର ପାର୍ଟିରେ ମଜା କରିବା ପାଇଁ ମାଳଦ୍ବୀପ ଯାଇଥିଲେ।

ବଲିଉଡର ଏହି ଦୁଇ ଯୋଡିଙ୍କ ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ମିଡିଆରେ ଅନେକ ଖବର ଆସିବା ପରେ ମଧ୍ୟ ଏହି ଦୁଇ ଯୋଡି କେବେବି ନିଜ ସମ୍ପର୍କ ବିଷୟରେ ପ୍ରକାଶ କରିନାହାନ୍ତି। କିନ୍ତୁ ଅର୍ଜୁନ ଏବଂ ମଲାଇକାଙ୍କ ସାଙ୍ଗ ସେମାନେ ରିଲେସନରେ ଥିବାର ଇସାରା ଦେଇସାରିଛନ୍ତି।

malaikaକିଛି ଦିନ ପୂର୍ବରୁ ବମ୍ବେ ଟାଇମ୍ସର ଇଣ୍ଟରଭ୍ୟୁରେ ମଲାଇକା ଅର୍ଜୁନଙ୍କ ସହ ସମ୍ପର୍କ ଏବଂ ବିବାହ ଖବରକୁ ନେଇ ବୟାନ ରଖିଥିଲେ। ସେ କହିଥିଲେ ଏହା ସବୁ ବକବାସ୍ କଥା। ପୁଣି ଥରେ ମଲାଇକା ନିଜ ବୟାନରେ କହିଥିଲେ, ଏହି ଖବରରେ କୌଣସି ସତ୍ୟତା ନାହିଁ। ସେ ତାଙ୍କ ବିବାହ ଖବରକୁ ଅଣଦେଖା କରିଛନ୍ତି।

ଏହି ଦୁଇଯୋଡି ୧୮ ରୁ ୨୨ ଏପ୍ରିଲ ମଧ୍ୟରେ ଗୁପ୍ଚୁପ୍ ତରିକାରେ ବିବାହ କରିବେ। ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ ରୀତିରେ ଗୋଆରେ ବିବାହ କରାଯିବ। ଏହି ବାହାଘରରେ ଉଭୟଙ୍କ ପରିବାର ସଦସ୍ୟ ଏବଂ କିଛି ଖାସ୍ ସାଙ୍ଗମାନେ ଯୋଗ ଦେବେ। ଅର୍ଜୁନ ଏବଂ ମଲାଇକା ବିବାହ ଦିନ ହିଁ ଉପସ୍ଥିତ ଯାଗାରେ ପହଞ୍ଚିବା ପାଇଁ ତାଙ୍କ ସାଙ୍ଗମାନଙ୍କୁ କହିଛନ୍ତି।

malaikaକିଛି ଦିନ ପୂର୍ବରୁ ଏହି କପଲ ମୁମ୍ବାଇର ଲୀଲାବତୀ ହସପିଟାଲରେ ପହଞ୍ଚିଥିବାର ଦୃଶ୍ୟ ମିଡିଆ କ୍ୟାମେରାରେ ଦେଖିବାକୁ ମିଳିଥିଲା। କାଜୁଆଲ ଲୁକ୍ ରେ ଏହି ଦୁଇ ଷ୍ଟାର ହସପିଟାଲରେ ଏଣ୍ଟ୍ରି କରିବାର ଦେଖାବାକୁ ମିଳିଛି। କିନ୍ତୁ ଏହି ଦୁଇ ଯୋଡି କାହିଁକି ହସପିଟାଲ ଯାଇଥିଲେ, ଏହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.