ବୟସ ସିନା କମ କିନ୍ତୁ ସାରା ଗାଁକୁ ପଢ଼ାଉଛନ୍ତି ପାଠ, ଏବେ ପାଲଟିଛିନ୍ତି ବିଶ୍ୱର ୟଙ୍ଗେଷ୍ଟ ହେଡମାଷ୍ଟର

ପଶ୍ଚିମମଙ୍ଗ ଏବେ ବି ଦେଶର ଅନେକ ପଛୁଆ ଅଞ୍ଚଳ ଅଛି, ଯେଉଁଠି ଶିକ୍ଷାର ବିକାଶ ହୋଇପାରିନାହିଁ । ସ୍କୁଲ ନଥିବାରୁ ପିଲା ପାଠ ପଢିପାରୁ ନାହାନ୍ତି । ଗୋଟିଏ ସମୟରେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଗାଙ୍ଗପୁର ଗାଁର ଚିତ୍ର ବି କିଛି ଏମିତି ଥିଲା । ହେଲେ ହଠାତ୍‌ ଜଣେ ୯ବର୍ଷର ବାଳକ ଗାଁର ପୁରା ଚିତ୍ରକୁ ବଦଳାଇଦେଲା । ନିଜ ଉଦ୍ୟମରେ ସ୍କୁଲ ଖୋଲି, ପିଲାଙ୍କୁ ମାଗଣା ପାଠ ପଢାଇଲା । ଆଜି ୯ ବର୍ଷ ପରେ ସେହି ବାଳକ, ବିଶ୍ୱର ସବୁଠୁ ଯୁବ ପ୍ରଧାନ ଶିକ୍ଷକ । ଯାହାର ଚାରିଆଡ଼େ ଚର୍ଚ୍ଚା ।

ମୁର୍ସିଦାବାଦ ଗାଙ୍ଗପୁର ଗାଁ । କିଛି ବର୍ଷ ଆଗରୁ ଏହିଁ ଗାଁଟି ସେତିକି ପରିଚିତ ନଥିଲା । ହେଲେ ଆଜି ଏହି ଗାଁର ଯାହାଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସେ ହେଉଛିନ୍ତି ଏହି ଯୁବକ । ନାଁ ବାବର୍‌ ଅଲି । ଯାହାଙ୍କୁ ସାରା ଦେଶ ଓ୍ଵାଲ୍ଡ ୟଙ୍ଗେଷ୍ଟ ହେଡମାଷ୍ଟର, ମାନେ ବିଶ୍ୱର ସବୁଠୁ ଯୁବ ପ୍ରଧାନ ଶିକ୍ଷକ ଭାବେ ଜାଣେ ।

aberr

ବାବର୍‌ ଅଲିଙ୍କୁ ୯ ବର୍ଷ ହୋଇଥିଲା । ଯେବେ କଲିକତାରୁ ୧୮୦ କିମି ଦୂର ଏହି ଗାଁରେ କୌଣସି ସ୍କୁଲ ନଥିଲା । ପାଠ ପଢିବାକୁ ବାବରଙ୍କୁ ୧୦ କିମି ଦୂରରେ ଥିବା ସ୍କୁଲରେ ଯିବାକୁ ପଡୁଥିଲା । ହେଲେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ଅନେକ ସାଙ୍ଗ ପାଠପଢାରୁ ବଞ୍ଚିତ ହେଉଥିଲେ । ଏକଥା ବାବରଙ୍କୁ ଖୁବ ଆନ୍ଦୋଳିତ କରିଥିଲା । ଟଙ୍କା ଅଭାବରୁ ପାଠ ପଢିପାରୁନଥିବା ପିଲାଙ୍କୁ ବାବର ମାଗଣାରେ ପଢାଇବାକୁ ନିସ୍ପତ୍ତି ନିଅନ୍ତି । ଆଉ ୮ଜଣ ପିଲାଙ୍କୁ ନେଇ ଏକ ଗଛ ତଳେ ଆରମ୍ଭ କରନ୍ତି ଏକ ସ୍କୁଲ ।

Babar-Ali-2

ବାବରଙ୍କ ମା ଅଙ୍ଗନବାଡି କର୍ମୀ ଓ ବାପା ଜଣେ ଜୋତା ବେପାରୀ ଥିଲେ । ଆଉ ପୁଅର ଏହି ମହାନ୍‌ ଚିନ୍ତାଧାରାକୁ ଦେଖି ସେମାନେ ସହଯୋଗର ହାତ ବଢାଇଲେ । ସ୍କୁଲରୁ ଫେରିବା ପରେ ବାବର୍‌ ଗରିବ ପିଲାଙ୍କୁ ପାଠ ପଢାଉଥିଲେ । ଧିରେ ଧିରେ ପିଲା ବଢିଲେ । ସେପଟେ ବାବର ବି ସ୍କୁଲ ପାଠ ସାରି କଲେଜ୍‌ ଗଲେ । ହେଲେ ଗରିବ ପିଲାଙ୍କୁ ପାଠ ପଢା ଛାଡିନଥିଲେ । ପିଲା ସଂଖ୍ୟା ବଢିବାରୁ ଏକ ଗଛ ତଳେ ପଢାଇବା ସମ୍ଭବ ହେଲାନି । ନିଜ ଘର ବାରଣ୍ଡାରେ ଖୋଲିଲେ ଆନନ୍ଦ ଶିକ୍ଷା ନିକେତନ । ୯ ବର୍ଷ ବୟସରୁ ପିଲାଙ୍କୁ ପାଠ ପଢାଇବା ଆରମ୍ଭ କରିଥିବା ବାବର୍‌ଙ୍କୁ ୧୯ ବର୍ଷ ହୋଇଥିଲା ଯେବେ ସେ ଏହି ସ୍କୁଲର ପ୍ରଧାନ ଶିକ୍ଷକ ହୋଇଥିଲେ । ମାନେ ବିଶ୍ୱର ସବୁଠୁ ଯୁବ ହେଡମାଣ୍ଟର୍‌ ।

aber

୧୦ ଜଣ ଶିକ୍ଷକଙ୍କୁ ନେଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ଏଠି ପିଲାଙ୍କୁ ପଠା ଯାଉଛି । ସପୋର୍ଟ ଷ୍ଟାଫ ବି ଅଛନ୍ତି । ମାତ୍ର ୮ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସ୍କୁଲରେ ଏବେ ୮୦୦ରୁ ଅଧିକ ପିଲା । ଗଙ୍ଗାପୁର ଓ ଆଖପାଖ ଗାଁର ପିଲା ବି ଏଠାକୁ ପଢିବାକୁ ଆସୁଛନ୍ତି । କେତେକ ବଦାନ୍ୟ ବ୍ୟକ୍ତି ସ୍କୁଲ ପାଇଁ କିଛି ଜାଗା ପ୍ରଦାନ କରିବା ପରେ, ଏବେ ସ୍କୁଲର କଳେବର ବଦଳିଛି । ଖୋଲା ଆକାଶ ଜାଗାରେ ପକ୍କା ଘରେ ପିଲା ପାଠ ପଢୁଛନ୍ତି । ବାବରଙ୍କ ବୟସ ଏବେ ୨୫ ବର୍ଷ । ଏହି ୯ ବର୍ଷ ଭିତରୁ ବାବରଙ୍କ ଏହି ସ୍କୁଲରୁ ୫ ହଜାରରୁ ଅଧିକ ପିଲା ପାଠପଢି ଯାଇସାରିଲେଣି । ଯାହାଙ୍କ ଭିତରୁ କିଛି ଏବେ ବାବରଙ୍କ ସହ ପାଠପାଢାରେ ସାହାଯ୍ୟ କରୁଛନ୍ତି ।

ନିଶ୍ଚିତ ପଢ଼ନ୍ତୁ:  ଭିକାରୀଙ୍କୁ ଦାନ ନଦେଇ ଯୁବକ କଲେ ଏମିତି କାମ, ଭିକାରୀ ହୋଇଗଲେ ରୋଜଗାରକ୍ଷମ

ସ୍କୁଲଟି ଏବେ ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ତରଫରୁ ମାନ୍ୟତା ଲାଭ କରିଛି । ହେଲେ ବାବରଙ୍କ ସପ୍ନ ଏବେ ବି ଅଧୁରା । କାରଣ ତାଙ୍କର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଶିକ୍ଷା । ଯେମିତି ଆଉ କେହି ବି ଅଶିକ୍ଷିତ ରହିବେନି । ଅଷ୍ଟମ ଶ୍ରେଣୀର ଏହି ସ୍କୁଲକୁ ବାବର୍‌ ୧୦ ଶ୍ରେଣୀ ପର‌୍ୟ୍ୟନ୍ତ ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି । ଯେମିତି ପିଲା ଆଉ ବାହାରକୁ ପଢିବାକୁ ଯିବେନି ।

ସାରା ଦେଶ ନୁହେଁ ବିଶ୍ୱବ୍ୟାପୀ ବାବରଙ୍କ ଏଭଳି ଉଦ୍ୟମକୁ ପ୍ରଂଶସା କରାଯାଉଛି । ଅନେକ ଟେଲିଭିଜନ ସୋରେ ମଧ୍ୟ ଏହି ୟଙ୍ଗେଷ୍ଟ ହେଡମାଷ୍ଟରଙ୍କୁ ସମ୍ମାନିତ କରାଯାଇଛି । ସରକାରୀ ସ୍ତରରେ ମଧ୍ୟ ତାଙ୍କୁ ବିଭିନ୍ନ ସାହାଯ୍ୟ ମିଳୁଛି । ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବାବରଙ୍କ ଏହି ସାଧନା, ଏବେ ଅନେକଙ୍କ ଭାଗ୍ୟ ବଦଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.