Below header

ୟୁକ୍ରେନରେ ରୁଷ କରୁଛି ଗଣହତ୍ୟା! ଶିଶୁଙ୍କୁ ଅପହରଣ କରି ଚଳାଇଛି ନରସଂହାର

ୟୁକ୍ରେନରେ ରୁଷ କରୁଛି ଗଣହତ୍ୟା । ଶିଶୁଙ୍କୁ ଅପହରଣ କରି ନରସଂହାର ଚଳାଇଛି । ଜାତିସଂଘ ସାଧାରଣ ପରିଷଦରେ ରୁଷ ଉପରେ ମନଇଚ୍ଛା ବର୍ଷିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସାଂଘାତିକ ଅଭିଯୋଗ ଆଣିଛନ୍ତି ।

କେନ୍ୟୁଜ୍: ୟୁକ୍ରେନରେ ରୁଷ କରୁଛି ଗଣହତ୍ୟା । ଶିଶୁଙ୍କୁ ଅପହରଣ କରି ନରସଂହାର ଚଳାଇଛି । ଜାତିସଂଘ ସାଧାରଣ ପରିଷଦରେ ରୁଷ ଉପରେ ମନଇଚ୍ଛା ବର୍ଷିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଜେଲେନସ୍କି କହିଛନ୍ତି, ୟୁକ୍ରେନର ଅଧିକୃତ ଅଞ୍ଚଳରୁ ଛୋଟ ପିଲାଙ୍କୁ ଅପହରଣ କରି ଅନ୍ୟତ୍ର ସ୍ଥାନାନ୍ତର କରୁଛି ରୁଷ୍ । ସେମାନଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି । ୟୁକ୍ରେନକୁ ଘୃଣା କରିବାକୁ ଅପହୃତ ଶିଶୁଙ୍କୁ ଶିକ୍ଷା ଦିଆଯାଉଥିବା ଅଭିଯୋଗ କରିବା ସହ ଏହାର ପ୍ରମାଣ ବି ଅଛି ବୋଲି ଜେଲେନସ୍କି କହିଛନ୍ତି ।

ରୁଷର ଆକ୍ରମଣ ବିରୋଧରେ ସମସ୍ତେ ଏକାଠି ହେବାକୁ ଅନୁରୋଧ କରିଛନ୍ତି । ବିଶ୍ବକୁ ଯୁଦ୍ଧକୁ ଆଡକୁ ଠେଲୁଛି ରୁଷ । ନ୍ୟୁକ୍ଲିୟର ଅସ୍ତ୍ର ଧାରୀ ମସ୍କୋକୁ ରୋକିବାକୁ ପଡିବ । ଖାଦ୍ୟ ଠାରୁ ଶକ୍ତି ସବୁକୁ ଅସ୍ତ୍ରରେ ପରିଣତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.