ଡଙ୍ଗା ବୁଡ଼ି ଘଟଣା: ୩ ନିଖୋଜଙ୍କୁ ଉଦ୍ଧାର ପାଇଁ ସକାଳୁ ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍

ପାରାଦୀପ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ୩ ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜାରି ରହିଛି । ମୁହାଣରେ ତୀବ୍ର ଜୁଆର ଉଠୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଦେଖାଦେଇଛି ।

ପାରାଦୀପ (କେନ୍ୟୁଜ୍): ପାରାଦୀପ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ୩ ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜାରି ରହିଛି । ନେହେରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଗତକାଲି ଡଙ୍ଗା ବୁଡ଼ି ଯାଇଥିଲା । ଏଥିରୁ ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ବାକି ୩ ଜଣ ନିଖୋଜ ଅଛନ୍ତି । ସେମାନଙ୍କର ଏଯାଏ କୌଣସି ପତ୍ତା ମିଳିନି ।

ଆଜି ସକାଳୁ ପୁଣି ଥରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ । ମୁହାଣରେ ତୀବ୍ର ଜୁଆର ଉଠୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଦେଖାଦେଇଛି । ରେସକ୍ୟୁ ଅପରେସନରେ କୋଷ୍ଟଗାର୍ଡର ହେଲିକେପ୍ଟର ନିୟୋଜିତ ଥିବା ବେଳେ ଓଡ୍ରାଫ, ଅଗ୍ନିଶମ ବାହିନୀ ଟିମ୍ ଓ ମେରାଇନ୍ ଥାନା ପୋଲିସ ବି ଲାଗିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ୮ଜଣ ମତ୍ସ୍ୟଜୀବୀ ଥିଲେ । ଗତକାଲି ଅପରାହ୍ନରେ ଡଙ୍ଗାଟି ସମୁଦ୍ରରୁ ମାଛ ଧରି ଫେରୁଥିଲା । ମୁହାଣ ମୁହଁରେ ପ୍ରଖର ସ୍ରୋତ କାରଣରୁ ବୁଡି ଯାଇଥିଲା ଡଙ୍ଗା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.