Below header

ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ପରଲୋକ

ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ନିଧନ ହୋଇଛି। ୯୫ ବର୍ଷୀୟ ରବର୍ଟ ସିଙ୍ଗାପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଗତ କିଛିଦିନ ହେଲାଣି ରୋଗରେ ପୀଡିତ ଥିଲେ। ମୁଗାବେ ୧୯୮୦ରୁ ୮୭ ପର୍ଯ୍ୟନ୍ତ ଜିମ୍ବାୱେର ପ୍ରଧାନମନ୍ତ୍ରୀ ଏବଂ ୧୯୮୭ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିଲେ। ଜିମ୍ବାେଓ୍ଵର ରାଷ୍ଟ୍ରପତି ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଖବର ପ୍ରଦାନ କରିଛନ୍ତି।

ମୁଗାବେ ଜିମ୍ବାୱେକୁ ୩୭ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ। ତାଙ୍କର ନିଷ୍ପତ୍ତି ଦେଶର ଅର୍ଥବ୍ୟବସ୍ଥା ଏବଂ ସେନାର ବହୁତ କ୍ଷତି ଘଟାଇଥିଲା। ତାଙ୍କୁ ଶାସନରୁ ହଟାବା ପାଇଁ ସମଗ୍ର ଦେଶରେ ଆନ୍ଦୋଳନ ହୋଇଥିଲା। ତାପରେ ୨୦୧୭ରେ ସେ ଇସ୍ତଫା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.