ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଏକ ମାସ ପର୍ଯ୍ୟନ୍ତ ଫାଇନ ଦେବାକୁ ପଡ଼ିବ ନାହିଁ : ପରିବହନ ସଚିବ
ଭୁବନେଶ୍ବର(କେନ୍ୟୁଜ୍): ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଏକ ମାସ କୋହଳ । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଏକ ମାସ ପର୍ଯ୍ୟନ୍ତ ଫାଇନ ଦେବାକୁ ପଡ଼ିବ ନାହିଁ । ଏକ ମାସ ମଧ୍ୟରେ ପ୍ରମାଣପତ୍ର ସଂଗ୍ରହ କରିବାକୁ ପଡ଼ିବ । ସେହିପରି ଫାଇନ ଆଦାୟ କରୁଥିବା ଅଧିକାରୀ ତ୍ରୁଟିପୂର୍ଣ୍ଣ ଉପାୟରେ ଫାଇନ୍ କାଟୁଥିଲେ ସଂପୃକ୍ତ ଅଧିକାରୀ ଦୁଇ ଗୁଣା ଅର୍ଥ ଦେବେ । ଯଦି ଚାଲାଣ କାଟିବା ପରେ ସବୁ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରନ୍ତି, ତେବେ ଫାଇନ ଦେବାକୁ ପଡ଼ିବ ନାହିଁ । ଅନେକ ଫାଇନ ବଦଳରେ ଗୋଟିଏ ଫାଇନ ବ୍ୟବସ୍ଥା ହେଉଛି । ସେହିପରି ୧୭ଟି ସ୍ଥାନରେ ଡ୍ରାଇଭିଂ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି ।