ବିଷାକ୍ତ ଖାଦ୍ୟ ଖାଇ ୧୭ ଛାତ୍ରୀ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି

ବିଷାକ୍ତ ଖାଦ୍ୟ ଖାଇ ୧୭ ଛାତ୍ରୀ ଅସୁସ୍ଥ । ବାରିପଦା ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଛି ଘଟଣା । ଆଦିବାସୀ ହୋଷ୍ଟେଲ ଛାତ୍ରୀମାନେ ମଧ୍ୟାନ୍ନ ଭୋଜନ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଝାଡ଼ାବାନ୍ତି ହେବାରୁ ଜଣକ ପରେ ଜଣେ ୧୭ ଜଣ ଛାତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ବାରିପଦା (କେନ୍ୟୁଜ): ବିଷାକ୍ତ ଖାଦ୍ୟ ଖାଇ ୧୭ ଛାତ୍ରୀ ଅସୁସ୍ଥ । ବାରିପଦା ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଛି ଘଟଣା । ଆଦିବାସୀ ହୋଷ୍ଟେଲ ଛାତ୍ରୀମାନେ ମଧ୍ୟାନ୍ନ ଭୋଜନ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଝାଡ଼ାବାନ୍ତି ହେବାରୁ ଜଣକ ପରେ ଜଣେ ୧୭ ଜଣ ଛାତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ପରେ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଥିଲେ । ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ । ଘଟଣା ସମ୍ପର୍କରେ ଜାଣିବା ପରେ ମେଡିକାଲରେ ପହଞ୍ଚି ଅସୁସ୍ଥ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ । ଏବେ ପିଲାମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.