Below header

ବେଆଇନ ମୋରମ ଉତ୍ତୋଳନ କରୁଥିବା ଅଭିଯୋଗ: ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱରଙ୍କ ଘରେ ପୋଲିସର ଚଢ଼ାଉ

ବେଆଇନ ଭାବେ ମୋରମ ଉତ୍ତୋଲନ କରୁଥିବା ଅଭିଯୋଗରେ ସର୍ବେଶ୍ୱରଙ୍କ ଘରେ ପୋଲିସର ଚଢ଼ାଉ। ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅଧିନସ୍ତ ମାଣ୍ଡୁକା ପାହାଡ଼ର ଅଣ ଲିଜ ଅଞ୍ଚଳରୁ ମୋରମ ଉତ୍ତୋଳନରେ ସର୍ବେଶ୍ୱରଙ୍କ ମେସିନ ବ୍ୟବହାର ହୋଇଥିବା ଅଭିଯୋଗ ଆସିଛି।

ଯାଜପୁର (କେନ୍ୟୁଜ): ପୁଣି ଅଡ଼ୁଆରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ୱର ବେହୁରା। ବେଆଇନ ଭାବେ ମୋରମ ଉତ୍ତୋଲନ କରୁଥିବା ଅଭିଯୋଗରେ ସର୍ବେଶ୍ୱରଙ୍କ ଘରେ ପୋଲିସର ଚଢ଼ାଉ। ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅଧିନସ୍ତ ମାଣ୍ଡୁକା ପାହାଡ଼ର ଅଣ ଲିଜ ଅଞ୍ଚଳରୁ ମୋରମ ଉତ୍ତୋଳନରେ ସର୍ବେଶ୍ୱରଙ୍କ ମେସିନ ବ୍ୟବହାର ହୋଇଥିବା ଅଭିଯୋଗ ଆସିଛି।

ଗତକାଲି ଦର୍ପଣ ତହସିଲ ପ୍ରଶାସନ ଓ ବାଲିଚନ୍ଦ୍ରପୁର ପୋଲିସ ଖବର ପାଇ ସଦଳବଳ ମାଣ୍ଡୁକା ପାହାଡ଼ରେ ଚଢ଼ାଉ କରି ପୋକଲିନ ମେସିନ ସହ ୫ଗୋଟି ହାଇୱା ଜବତ କରିଛି। ଏନେଇ ଦର୍ପଣ ତହସିଲଦାର ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ବେଆଇନ କାର୍ଯ୍ୟରେ ସର୍ବେଶ୍ୱରଙ୍କ ସମ୍ପୃକ୍ତି ଥିବାରୁ ଆଜି ବାଲିଚନ୍ଦ୍ରପୁର ପୋଲିସ ସର୍ବେଶ୍ୱରଙ୍କ ଜାରକା ସ୍ଥିତ ଘରେ ଏବଂ ବିଭିନ୍ନ ସ୍ଥାନରେ ପହଂଚି ଖୋଳତାଡ଼ କରିଛି ବୋଲି ଯାଜପୁର ଏସ.ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।

ନିକଟରେ ଶ୍ରୀ ବେହୁରା ଧର୍ମଶାଳା ତହସିଲ ଅଧିନ ସାରୋଇ ମୌଜାରୁ ବେଆଇନ ଭାବେ ମାଟି ଉଠାଇବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ତେବେ ଜାମିନରେ ମୁକୁଳିବା ପରେ ପୁଣି ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବା ପ୍ରମାଣ ମିଳିଛି। ତେବେ ଧର୍ମଶାଳା ତହସିଲ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ଲୁଟପାଟ ହେଉଥିବା ନେଇ ସର୍ବଦା ବିଭିନ୍ନ ଫୋରମରେ ଅଭିଯୋଗ କରିଆସୁଥିବା ଶ୍ରୀ ବେହୁରା ନିଜେ ବେଆଇନ କାର୍ଯ୍ୟରେ ଛନ୍ଦି ହୋଇପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.