ଫ୍ରିଜର୍‌ ଭିତରେ ସ୍ତ୍ରୀର ମୃତଦେହ! ପଚାରିବାରୁ ଜଣ୍ଡିସ୍‌ରେ ମୃତ୍ୟୁ ହୋଇଥିବା କହିଲା ସ୍ୱାମୀ

ମଧ୍ୟ ପ୍ରଦେଶରେ ପୋଲିସ ଜଣେ ମହିଳାଙ୍କ ମୃତଦେହ ଘର ଭିତର ଫ୍ରିଜର୍‌ରୁ ଜବତ କରିଛି। ତାଙ୍କ ସ୍ୱାମୀ ମୃତଦେହକୁ ୩ ଦିନ ଧରି ଫ୍ରିଜର୍‌ ଭିତରେ ଲୁଚାଇ ରଖିଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି।

ମଧ୍ୟ ପ୍ରଦେଶରେ ପୋଲିସ ଜଣେ ମହିଳାଙ୍କ ମୃତଦେହ ଘର ଭିତର ଫ୍ରିଜର୍‌ରୁ ଜବତ କରିଛି। ମୃତଦେହକୁ ୩ ଦିନ ଧରି ଫ୍ରିଜର୍‌ ଭିତରେ ଲୁଚାଇ ରଖିଥିଲା ସ୍ୱାମୀ। ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଏହି ମାମଲାରେ ସ୍ୱାମୀ ଏବଂ ମହିଳାଙ୍କ ଘରଲୋକଙ୍କ ବୟାନ ସାମ୍ନାକୁ ଆସିଛି।

ମୃତା ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ସେ ତାଙ୍କ ପୁଅକୁ ଅପେକ୍ଷା କରିଥିଲେ। ଏହି କାରଣରୁ ମୃତଦେହକୁ ଫ୍ରିଜର୍‌ରେ ସଂରକ୍ଷିତ ରଖିଥିଲେ। କିନ୍ତୁ ସେପଟେ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ଝିଅକୁ ହତ୍ୟା କରିବା ପରେ ମୃତଦେହକୁ ସ୍ୱାମୀ ଫ୍ରିଜର୍‌ରେ ରଖିଥିଲା। ବର୍ତ୍ତମାନ ପୋଲିସ ମୃତଦେହକୁ ହସ୍ପିଟାଲ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ବିଷୟରେ ଜଣାପଡ଼ିବ।

ଘଟଣା ଘଟିଛି ମଧ୍ୟ ପ୍ରଦେଶର ରେୱାରେ। ପୋଲିସ ସୂଚନା ମୁତାବକ, ଏଠାରେ ଭରତ ନାମକ ବ୍ୟକ୍ତିଙ୍କ ପତ୍ନୀଙ୍କର ଗତ ୩୦ ତାରିଖରେ ମୃତ୍ୟୁ ହୋଇଥିଲା। କିନ୍ତୁ ଏ ନେଇ ମହିଳାଙ୍କ ଭାଇମାନଙ୍କୁ ଖବର ଦିଆଯାଇ ନ ଥିଲା। ଯେତେବେଳେ ଭାଇମାନେ ଏହା ଜାଣିବାକୁ ପାଇଥିଲେ, ସଙ୍ଗେ ସଙ୍ଗେ ସେମାନେ ପୋଲିସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ପୋଲିସ ମହିଳାଙ୍କ ମୃତଦେହକୁ ଫ୍ରିଜର୍‌ ଭିତରୁ ଜବତ କରିଥିଲା।

ମୃତା ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ଭିଣୋଇ ତାଙ୍କ ଭଉଣୀଙ୍କୁ ହତ୍ୟା କରିଛନ୍ତି। ସେ ତାଙ୍କୁ ନିର୍ଯାତନା ଦେଉଥିଲେ। ଅଭିଯୁକ୍ତଙ୍କ କହିବା ହେଲା, ଜୁନ୍‌ ୩୦ରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ମୁମ୍ବାଇରେ ରହୁଥିବା ପୁଅକୁ ସୂଚନା ଦିଆଯାଇଥିଲା। ତାଙ୍କରି ଅପେକ୍ଷାରେ ସେ ମୃତଦେହକୁ ଫ୍ରିଜର୍‌ରେ ରଖିଥିଲେ।

ଅଭିଯୁକ୍ତ କହିଛନ୍ତି, ସେ ବାହାରୁ ଫ୍ରିଜର୍‌ ମଗାଇ ସେଥିରେ ମୃତଦେହକୁ ସଂରକ୍ଷିତ ରଖିଥିଲେ। ଜଣ୍ଡିସ୍‌ରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ମାମଲାର ତଦନ୍ତ ଚାଲିଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.