ରୋଷେଇ ଘରେ ଦୁର୍ଘଟଣା, ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ବାଂଲାଦେଶ କ୍ରିକେଟ୍‌ ଖେଳାଳି ଲିଟନ୍‌ ଦାସଙ୍କ ପତ୍ନୀ ଗୁରୁତର ଆହତ

ଢାକା : କରୋନା ଭୟ ଭିତରେ ବାଂଲାଦେଶର ଜଣେ ଜଣାଶୁଣା କ୍ରିକେଟ୍‌ ଖେଳାଳିଙ୍କ ଘରେ ବଡ଼ ଦୁର୍ଘଟଣା ଘଟିଛି । ଟିମ୍‌ର ଜଣେ ପ୍ରମୁଖ ଖେଳାଳି ହେଉଛନ୍ତି ଲିଟନ୍‌ ଦାସ । ତାଙ୍କ ପତ୍ନୀ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଆହତ ହୋଇଛନ୍ତି । ଲିଟନ୍‌ ଗତ ବର୍ଷ ବିଶ୍ୱକପ୍‌ ପରେ ବାହା ହୋଇଥିଲେ । ତାଙ୍କ ପତ୍ନୀଙ୍କ ନାଁ ଦେବଶ୍ରୀ ବିଶ୍ୱାସ ସଞ୍ଚିତା । ଦୁର୍ଘଟଣାରେ ଦେବଶ୍ରୀଙ୍କ ହାତରେ ଗୁରୁତର ଆଘାତ ଲାଗିଛି ।
ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ଗ୍ୟାସ ସିଲିଣ୍ଡରରେ ଗୋଟିଏ କଣା ଥିଲା । ଗତ ୨୭ ତାରିଖ ଦିନ ଦେବଶ୍ରୀ ରୋଷେଇ କଲା ବେଳେ ଏହା ଫାଟି ଯାଇଥିଲା । ଯଦିଓ ଦେବଶ୍ରୀ ନିଜ ମୁହଁକୁ ରକ୍ଷା କରି ନେଇଥିଲେ ତେବେ ତାଙ୍କ ଚୁଟି ସବୁ ପୋଡ଼ି ଯାଇଥିଲା ଏବଂ ରୋଷେଇ ଗରର କ୍ୟାବିନେଟ୍‌ ଭାଙ୍ଗି ତାଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଏବେ ସେ ସୁସ୍ଥ ହେଉଛନ୍ତି କିନ୍ତୁ ସେହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଗଲେ ବୋଲି ଦେବଶ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.