ବିପତ୍ତି ସମୟରେ ଫାଇଦା ଲୁଟିବାକୁ  ଉଦ୍ୟମ ଚଳାଇଛନ୍ତି  ନକଲି ସାନିଟାଇଜର କମ୍ପାନୀ, ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ  ସିଜ କଲା କମ୍ପାନୀ

କେନ୍ୟୁଜ୍(ବ୍ୟୁରୋ): କରୋନା ଆତଙ୍କ ଚାଲିଥିବା ସମୟରେ ସକ୍ରୀୟ ହୋଇଯାଇଛନ୍ତି କିଛି ଅସାଧୁ ବ୍ୟବସାୟୀ। କରୋନା ଭଳି  ଏହି ଘଡିସନ୍ଧି ମୂହୁର୍ତ୍ତରେ ଲୋକଙ୍କଠାରୁ କିଭଳି ମୋଟା ଅଙ୍କର ଅର୍ଥ ଅସିପାରିବ ସେଥିପାଇଁ  ଜୋରଦାର ଉଦ୍ୟମ କରିଚାଲିଛନ୍ତି। ଯାହାର ନମୁନା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ। ବେଆଇନ ଓ  ନକଲି ସାନିଟାଇଜର ତିଆରି କରିଥିବା କାରଖାନା ଉପରେ କରାଯାଇଛି ଚଢ଼ାଉ । ଲକ୍ଷ୍ମୀସାଗର ଅଞ୍ଚଳରେ ରେଡ ବେଳେ ୧୦ଟି ସାନିଟାଇଜର ବୋତଲକୁ କରାଯାଇଛି ଜବତ। ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି । ଏନେଇ ମାମଲା ରୁଜୁ ପରେ ତଦନ୍ତ ଚାଳାଇଛି ଲକ୍ଷ୍ମୀସାଗର  ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.