Below header

ଲକ୍‌ଡାଉନ୍‌ର ଅନୁକୂଳ ପ୍ରଭାବ : ପୁରୀ ବେଳାଭୂମିରେ ସମୁଦ୍ର ଜୁଆର ସହ ଖେଳୁଛି ହରିଣ, ଭିଡିଓ ହେଲା ଭାଇରାଲ

ପୁରୀ (କେ ନ୍ୟୁଜ୍‌) : ଲକ୍‌ଡାଉନ୍‌ର ପ୍ରଭାବରେ ମଣିଷ ଓ ପଶୁପକ୍ଷୀ ସମସ୍ତେ ପ୍ରଭାବିତ ହୋଇଛନ୍ତି । ତେବେ ମଣିଷର କୋଳହଳ ଏବଂ ଗାଡ଼ି ମୋଟରର ଶବ୍ଦ ଏବେ ଚୁପ୍‌ ପଡ଼ି ଯାଇଥିବାରୁ ଅନେକ କିଛି ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି । ଯେମିତି ପୁରୀ ବେଳାଭୂମିର ଏକ କୌତୁହଳପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଭିଡିଓଟି ବାଲୁଖଣ୍ଡ ଅଭୟାରଣ୍ୟ ସନ୍ନିକଟ ସମୁଦ୍ରକୂଳର । ଏଥିରେ ଦେଖିବାକୁ ମିଳିଛି ହରିଣଟିଏ କିଭଳି ଆନନ୍ଦରେ ସମୁଦ୍ର ଜୁଆର ସହ ଖେଳୁଛି । ଯେତେବେଳେ ଜୁଆର ପାଣି ତା ଦେହରେ ବାଜୁଛି ସେ ଖୁସି ହୋଇ ନାଚି ଉଠୁଛି।

DEER-3ପୁରୀ ବେଳାଭୂମି ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡ଼ି ଥିବାରୁ ହରିଣଙ୍କୁ ଏଠାରେ କ୍ଷତି ପହଞ୍ଚାଇବାକୁ କେହି ନାହାନ୍ତି । ଅତି ନିଶ୍ଚିନ୍ତରେ ସେ ଖେଳୁଛି ଜୁର ସହିତ । ଠିକ୍‌ ପିଲାଟିଏ ଭଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.