Below header

କାହିଁକି ମୋଦି ଆହ୍ୱାନ ଦେଲେ ୯ ମିନିଟର ଆଲୋକ ଦାନ, କଣ ଏହା କରୋନାରୁ ମୁକ୍ତି ଦେଇପାରିବ? ଜାଣନ୍ତୁ ଏହାର ମହତ୍ୱ

କେନ୍ୟୁଜ(ବ୍ୟୁରୋ):  ୫ ତାରିଖ ଅର୍ଥାତ୍ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦୀପ ଓ ମହମବତୀ ଜାଳି, ଝରକା କିମ୍ବା ବାଲ୍‌କୋନୀ ପାଖରେ ଛିଡ଼ା ହୁଅନ୍ତୁ ଓ ଦୀପ ବା ମହମବତୀ ବଦଳରେ ଟର୍ଚ୍ଚ ଲଗାଇ ଅବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଅନ୍ କରି ୯ ମିନିଟ୍ ପାଇଁ ଘରର ଝରକା ଓ ବାଲ୍‌କୋନୀ ନିକଟରେ ଛିଡ଼ାହେବ ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏହା ଉପରେ ଭାଇରାଲ୍ ହୋଇଛି ନ୍ୟୁମେରୋଲିଜିଷ୍ଟଙ୍କ ଗଣିତ। ସେଥିରେ ଉଲ୍ଲେଖ ରହିଛି କାହିଁକି ରାତି ୯ଟାରେ ୯ ମିନିଟ୍ ପାଇଁ ଦୀପ ଜାଳିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଥମେ ମୋଦି ଏପ୍ରିଲ ୩ ତାରିଖ ସକାଳ ୯ଟାରେ ଭିଡିଓ ଜାରି କଲେ। ତାହା ୯ ମିନିଟର। ୫ ଏପ୍ରିଲ (ରବିବାର)କୁ ଯଦି ଦେଖିବା ୫ ତାରିଖ ଓ ଏପ୍ରିଲ (ଚତୁର୍ଥ ମାସ)। ମିଶାଇଲେ ୯। ସେହିପରି ରବିବାର ଦିନ ରାତି ୯ଟାରେ ୯ ମିନିଟ୍ ପାଇଁ ଦୀପ, ମହମବତୀ ଆଦି ଜାଳିବାକୁ କହିଲେ। ଅନ୍ୟପଟେ ଶୁକ୍ରବାର ଲକ୍‌ଡାଉନକୁ ୯ ଦିନ ପୂରଣ ହୋଇଛି।

ଏବେ ସମସ୍ତ ୯ ଅଙ୍କ ହେଉଛି ମଙ୍ଗଳ ଗ୍ରହକୁ ସୂଚାଇଥାଏ ଜ୍ୟୋତିଷ ବିଦ୍ୟା ଅନୁସାରେ। ନିଆଁ ଏବଂ ଆଲୋକ ହେଉଛି ମଙ୍ଗଳ ଗ୍ରହର ପ୍ରତୀକ। ଆପଣ ଦୀପ ଜାଳିଲେ ଆଲୋକର ମହାଶକ୍ତିକୁ ଅନୁଭବ କରିପାରିବେ। ତେଣୁ ମୋଦୀ ମଙ୍ଗଳ ଗ୍ରହର ଉପାସନା କରିବାକୁ ଯାଇ ଏଭଳି କରିଛନ୍ତି ବୋଲି ସୋସିଆଲ ମିଡିଆରେ ଘୂରି ବୁଲୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.